ମଟନ ନମକିନ୍‌

0

ସାମଗ୍ରୀ – ମଟନ, ପିଆଜ, ଲଙ୍କା, ରସୁଣ, ଅଦା, ଟମାଟୋ, ଗୋଲମରିଚ ଗୁଣ୍ଡ, ଲୁଣ ।
ପ୍ରଣାଳୀ – ପ୍ରଥମେ ଘିଅ କିମ୍ବା ତେଲ ଗରମ କରନ୍ତୁ । ଏଥିରେ ମଟନକୁ ପକାନ୍ତୁ । ଅଳ୍ପ ସମୟ ଭାଜିବା ପରେ ଏଥିରେ ଲୁଣ ଓ ଗୋଲମରିଚ ଗୁଣ୍ଡ ମିଶାନ୍ତୁ । ଏହାପରେ ଏଥିରେ ଗୋଟା ପିଆଜ, ରସୁଣ, ଅଦା, କଞ୍ଚା ଲଙ୍କା, ଟମାଟୋ ଫାଳ ପକାନ୍ତୁ । ଏହାକୁ ଅଳ୍ପ ପାଣି ଦେଇ ପ୍ରେସର କୁକରରେ ସିଝାଇ ପାରିବେ କିମ୍ବା ପ୍ୟାନରେ ମଧ୍ୟ ଘୋଡାଇ ଘୋଡାଇ କରିପାରିବେ । ମଟନ ଭଲକରି ସିଝିବା ପରେ ଏଥିରେ ଶେଷରେ ଗୋଲମରିଚ ଗୁଣ୍ଡ ଧନିଆ ପତ୍ର ଦେଇ ଆଞ୍ଚ ବନ୍ଦ କରି ନିଅନ୍ତୁ । ଏହାକୁ କରିବା ଯେତିକି ସହଜ ଏହାର ସ୍ୱାଦ ସେତିକି ଭଲ ହୋଇଥାଏ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.