ସାମଗ୍ରୀ – ଏକ ଚାମଚ ଘିଅ, ଏକ ଚାମଚ ଅଏଲ୍ ସଲଫ, ୫୦୦ ଗ୍ରାମ ଖାସୀମାଂସ, ଏକ ଚାମଚ ଅଦା ରସୁଣ ପେଷ୍ଟ, ୨ ଟମାଟୋ, ୩ଟି କଞ୍ଚାଲଙ୍କା, ୩ ଚାମଚ ଦହି,ହଳଦୀ, ଏକ ଚାମଚ ଚାଟ୍ ମସଲା, ଏକ ଚାମଚ ମରିଚ ଗୁଣ୍ଡ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା ଗୁଣ୍ଡ, ଏକ ଚାମଚ ରେଡ୍ ଚିଲି ଫ୍ଲେକ୍ସ , ଲେମ୍ବୁ ରସ ।
ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍ରେ ଘିଅ ଗରମ କରନ୍ତୁ ଏଥିରେ ସିଝା ମଟନ, ଅଦା ରସୁଣ ପେଷ୍ଟ ଓ ଲୁଣ ପକାଇ ବ୍ରାଉନ୍ ହେବା ଯାଏଁ ଭାଜନ୍ତୁ । ଏହା ପରେ ଏଥିରେ କଟା ଟମାଟୋ ଓ କଞ୍ଚାଲଙ୍କା ପକାନ୍ତୁ । ଟମାଟୋ ଭାଜି ହୋଇ ସିଝିଯିବା ପରେ ଏଥିରେ ଦହି ପକାନ୍ତୁ । ଏହାକୁ ଲଗାତାର ଗୋଳାନ୍ତୁ । ଏହାପରେ ଏଥିରେ ହଳଦୀ ଗୁଣ୍ଡ, ଚାଟ୍ ମସଲା, ମରିଚ ଗୁଣ୍ଡ, ଲଙ୍କାଗୁଣ୍ଡ,ଗରମ ମସଲା ଓ ଚିଲି ଫ୍ଲେକ୍ସ ପକାନ୍ତୁ । ଏହାପରେ ଏଥିରେ ଲେମ୍ବୁ ରସ ଓ ପାଣିଦେଇ ଘୋଡାନ୍ତୁ । ଅଳ୍ପ ସମୟ ଫୁଟିବା ପରେ ପ୍ରସ୍ତୁତ ହୋଇଗଲା ମଟନ୍ ଅକବରୀ ।

Comments are closed.