ଆଜି ମୁସଲିମମାନଙ୍କ ଇଦ୍‌ ପର୍ବ

ଭୁବନେଶ୍ୱର: ମଇ ୦୩: ଆଜି ମୁସଲିମ୍ ସମ୍ପ୍ରଦାୟର ସବୁଠୁ ବଡ଼ ପର୍ବ ଇଦ୍‌ । ରମଜାନ୍ ପରେ ଇଦ୍ ପାଳୁଛନ୍ତି ଲକ୍ଷାଧିକ ମୁସଲିମ୍ । ଏଥିପାଇଁ ଦିଲ୍ଲୀ ଜାମା ମସଜିଦ୍ରେ ଆଜି ସକାଳୁ ସମୁହ ନମାଜ ପାଠ ହୋଇଛି। ଦିଲ୍ଲୀ ସମେତ ଲକ୍ଷ୍ନୌ, ଭୋପାଳ, ମୁମ୍ବାଇ ସହ ଦକ୍ଷିଣ ଭାରତର ଅନେକ ସହରରେ ପାଳନ ହେଉଛି ଇଦ୍। କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ। ଇଦ୍ ପାଇଁ କଟକ ସହର ସଂପୂର୍ଣ୍ଣ ପ୍ରସ୍ତୁତ। ସହରର ବିଭିନ୍ନ ମସଜିଦ ଗୁଡିକରେ ସମୁହ ନମାଜ ପାଠ ସହ ବ୍ୟାପକ ଆୟୋଜନ କରାଯାଇଛି। କଦମ-ଏ-ରସୁଲ ଠାରୁ ନେଇ ଇଦଗାହ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପ୍ରସ୍ତୁତି ସରିଛି। ମୌଲବି ମାନେ ବିଭିନ୍ନ ମସଜିଦରେ ନମାଜ ପାଠ କରାଇବେ। ଗତକାଲି ଶେଷ ରୋଜା ପରେ ଆଜି ପାଳନ ହେଉଛି ଇଦ। ଇଦ ଉଲ ଫିତର ପାଇଁ କଟକ ସହରରେ ସୁରକ୍ଷା ଦୃଷ୍ଟିରୁ ୪ଟି ଏଡ଼ ପୋଷ୍ଟ କରାଯାଇଛି ବୋଲି ଡିସିପି ସୂଚନା ଦେଇଛନ୍ତି। ସହରରେ ମୁତୟନ ହେଉଛନ୍ତି ୧୨ ପ୍ଲାଟୁନ ପୋଲିସ ଫୋର୍ସ। ତାସହ ସହରର ସମସ୍ତ ମସଜିଦରେ ମୁତୟନ ହେବେ ଫୋର୍ସ।

Launching Ceremony of “AYUSHMAN BHARAT

Comments are closed.