ମୁମ୍ବାଇ: ଫେବୃଆାରୀ ୧୬: ସ୍ୱର ସମ୍ରାଟ କୁହାଯାଇଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରିଙ୍କ ମୁମ୍ବାଇରେ ପରଲୋକ ଘଟିଛି । ମୃତୁ୍ୟ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା । ପ୍ରସିଦ୍ଧ ଗୀତିକାର ଲତା ମଙ୍ଗେସକରଙ୍କୁ ହରାଇବା ପରେ ବାପିଙ୍କ ଦେହାନ୍ତ ବଲିଉଡ୍ ଜଗତକୁ ଦୋହଲାଇ ଦେଇଛି ।
ଡିସ୍କୋ କିଙ୍ଗ ଭାବେ ସେ ବେଶ୍ ପରିଚିତ ଥିବା ବାପି କିଛି ଦିନ ଧରି ଅସୁସ୍ଥ ରହିଥିଲେ । ସୋମବାର ସୁସ୍ଥ ହୋଇ ଘରକୁ ଫେରିଥିଲେ ,ହେଲେ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ସୂଚନା ରହିଛି । ଅଶି ଦଶକ ଆରମ୍ଭରେ ସେ ଡିସ୍କୋ ସଙ୍ଗୀତର ଟ୍ରେଣ୍ଡ ଆଣିଥିଲେ । ଶେଷ ଥରକ ତାଙ୍କୁ ବିଗ୍ବସ୍-୧୫ରେ ଦେଖିବାକୁ ମିଳିଥିଲା ।
ବାପି ଲାହିରିଙ୍କ ପ୍ରକୃତ ନାମ ଅଲୋକେସ ଲାହିରି । ସେ ପଶ୍ଚିମବଙ୍ଗସ୍ଥିତ ଜଲପାଇଗୁଡ଼ିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ମଧ୍ୟ ଗୀତିକାର ଥିଲେ । ପ୍ରଥମ ସଙ୍ଗୀତ ଗୁରୁ ଭାବେ ସେ ନିଜ ପିତାମାତାଙ୍କୁ ଗ୍ରହଣ କରିଥିଲେ । ବାପି ଛୋଟବେଳେୁ ସଙ୍ଗୀତ ପ୍ରତି ଆକର୍ଷିକ ହୋଇଥିଲେ ଏବଂ ତିନି ବର୍ଷ ବୟସରୁ ସେ ତାବଲା ବଜାଇବା ଶିଖିଯାଇଥିଲେ । ଅନେକ ବଲିଉଡ୍ ଫିଲ୍ମରେ ସେ ସଙ୍ଗୀତ ନିର୍ଦ୍ଦେଶନା କାର୍ଯ୍ୟ କରିବା ସହିତ ସ୍ୱର ପ୍ରଦାନ କରିଥିଲେ । ହିନ୍ଦୀ ଭାଷା ବ୍ୟତିତ ସେ ତେଲଗୁ, ବଙ୍ଗାଳି, କନ୍ନଡ଼ ଓ ଗୁଜରାଟି ଭାଷାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.