‘ମି ଟୁ’ ବିବାଦରେ ମୁହଁ ଖୋଲିଲେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ

ସମୟ ଲାଇଭ,୧୫/୧୧: ମି ଟୁ’ ଅଭିଯୋଗ ଆସିବା ପରେ ବହୁ ଦିନ ଧରି ନିରବ ଥିବା ବଲିଉଡ୍ ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲୀକ ଶେଷର ମୁହଁ ଖୋଲିଛନ୍ତି। ‘ମୁଁ ଯେଉଁ କାମ କରିନାହିଁ, ତାହାକୁ ନେଇ ୧ ବର୍ଷରୁ ଅଧିକ ଦିନ ଧରି ମୋ ଉପରେ ଅଭିଯୋଗ ଲଗାଯାଉଛି। କେବେ ନା କେବେ ସତ ସାମ୍ନାକୁ ଆସିବ ବୋଲି ଚିନ୍ତା କରି ମୁଁ ଚୁପ୍ ରହୁଥିଲି। କିନ୍ତୁ ଏବେ ଲାଗୁଛି, କିଛି ଲୋକ ମୋର ଚୁପ ରହିବାକୁ ଦୁର୍ବଳତା ବୋଲି ଭାବି ନେଇଛନ୍ତି। ଯେବେଠାରୁ ମୋ ବିରୁଦ୍ଧରେ ଏହିସବୁ ମିଛ ଅଭିଯୋଗ ଲାଗିଛି, ଏଥିପାଇଁ କେବେଳ ମୋ ଭାବମୂର୍ତ୍ତି ଖରାପ ହୋଇନାହିଁ, ମୋର ଏବଂ ମୋ ପରିବାରର ମାନସିକ ଶାନ୍ତି ଭଙ୍ଗ ହୋଇଛି ବୋଲି ନିଜ ଇନଷ୍ଟାଗ୍ରାମ୍‍ରେ ଲେଖିଛନ୍ତି ଅନୁ ମଲିକ। ‘ମି ଟୁ’ ଅଭିଯାନରେ ଫସି ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ‘ଇଣ୍ଡିଆନ୍‌ ଆଇଡଲ୍ ୧୦’ର ଶୋ ଛାଡ଼ିବାକୁ ପଡ଼ିଥିଲା। ସିଙ୍ଗର୍‌ ସୋନା ମହାପାତ୍ର ଅନୁଙ୍କ ଉପରେ ଏହି ଅଭିଯୋଗ ଆଣିଥିଲେ।

Launching Ceremony of “AYUSHMAN BHARAT

Comments are closed.