ସାମଗ୍ରୀ – ଚାଉଳ, ଆଳୁ, ପିଆଜ, ରସୁଣ, ଟମାଟୋ, ବଟନ୍ ଛତୁ, କ୍ୟାପିସକମ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ସୋୟାବିନ୍ ବଡି, ହଳଦୀ, ସାମ୍ବର ମସଲା, ଲୁଣ, ଧନିଆ ପତ୍ର, ମୁଗ ଡାଲି, ଚିନି ।
ପ୍ରଣାଳୀ – ପ୍ରଥମେ ସମସ୍ତ ସାମଗ୍ରୀକୁ ଛୋଟ ଆକାରରେ କାଟି ନିଅନ୍ତୁ । ଗୋଟିଏ ଛୋଟ ହାଣ୍ଡି ବସାଇ ଏଥିରେ ତେଲ ପକାଇ ଜିରା ଫୁଟାନ୍ତୁ । ଏହାପରେ ପିଆଜ ଓ ରସୁଣ କଟା ପକାଇ ଭାଜନ୍ତୁ । ଅଳ୍ପ ସମୟରେ ପରେ ସମସ୍ତ ପରିବା , ଟମାଟୋ, ଛତୁ ଓ ସୋୟାବିନ ବଡି ପକାଇ ଭାଜନ୍ତୁ । ଏହାପରେ ଏଥିରେ ମୁଗ ଡାଲି ଓ ଚାଉଳ ଧୋଇ ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ପରେ ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ । ବର୍ତ୍ତମାନ ଲୁଣ ସହିତ ସମସ୍ତ ଗୁଣ୍ଡ ମସଲା ପକାଇ ଗୋଳାନ୍ତୁ । ଏହାପରେ ଘୋଡଣୀ ଘୋଡାଇ ବସାଇ ଦିଅନ୍ତୁ । କିଛି ସମୟ ପରେ ପ୍ରସ୍ତୁତ ହୋଇଯିବ ଛତୁ ଖେଡୁଚି । ଶେଷରେ ଧନିଆ ପତ୍ର ପକାଇ ଦିଅନ୍ତୁ । ଏହାକୁ ବିନା ପିଆଜ ରସୁଣରେ ମଧ୍ୟ ପ୍ରସ୍ତୁତ କରିପାରିବେ ।
