ଭୁବନେଶ୍ୱର : ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ I ରଡ଼ ରେ ପିଟି ଘର ମାଲିକଙ୍କୁ ହତ୍ୟା କରିଛି ଭଡାଟିଆ I ଭୁବନେଶ୍ୱର ତମାଣ୍ଡୋ ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି I ସି.ଭି.ରମଣ କଲେଜ ନିକଟ ରାସ୍ତାରୁ ମୃତଦେହ ଉଦ୍ଧାର କରାଯାଇଛି I ମୃତ ଯୁବକଙ୍କ ନା ସୁଶାନ୍ତ ଶତପଥୀ (୩୫)ବର୍ଷ I ଘଟଣାର ଖବର ପାଇ ତମାଣ୍ଡୋ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଜାରି ରଖିଛି I
ପ୍ରାଥମିକ ସୂଚନାରୁ ଜଣାପଡିଛି ସୁଶାନ୍ତ ରୋଷେୟା ଭାବେ କାମ କରନ୍ତି। ତାଙ୍କ ଘରେ ଜଣେ ରାଜମିସ୍ତ୍ରୀ ଭଡାରେ ରହୁଥିଲେ I ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିଲେ ମଧ୍ୟ,ନିଶାସକ୍ତ ଅବସ୍ଥାରେ ତାଙ୍କ ଭଡାଟିଆ ହତ୍ୟା କରିଥିବା ଜଣା ପଡିଛି I

Comments are closed.