ଗୁଣି ସନ୍ଦେହ ପୁଣି ଗଢିଲା ମୁଣ୍ଡ ,କଟାମୁଣ୍ଡ ନେଇ ହତ୍ୟାକାରୀ ଫେରାର

ସମୟ ଲାଇଭ୍‍,୧୩/୧୧:  ଗଜପତି ଜିଲ୍ଲା ମୋହନା ଥାନା ମେରାମଲ୍ଲି ପଞ୍ଚାୟତର ମେରାମା ସୈରାସାହିରେ ଅଭାବନୀୟ ଘଟଣା । ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧ କୁ ଅତି ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟି ନେଇଯାଇଛନ୍ତି ହତ୍ୟାକାରୀ ।
ମୃତକ ହେଲେ ଭାଲିଆସାହି ଗ୍ରାମର ଦାସ ମଳିକ ।  ଗତ କଲି ସନ୍ଧ୍ୟାରେ ଘଟଣା ଟି ଘଟିଛି। ଗତକାଲି ବିଳମ୍ବିତ ରାତିରେ ମେରାମା ଗ୍ରାମ ନିକଟସ୍ଥ ସୈରାସାହି କୁଲଡିରାଇପଦର ଠାରେ ମୃତ ଦାସ ମଳିକର ମୁଣ୍ଡ ବିହିନ ଶବ ମୁମୂର୍ଷ ଭାବରେ ପଡିଥିବା ପରିବାର ଲୋକେ ସୁଚନା ପାଇଥିଲେ । ଗୁଣିଆ ସଂନ୍ଧେହରେ ତାଙ୍କ ବାପା ଦାସ ମଳିକ କୁ ବେଣିପଦର ଗ୍ରାମର ସାନୁଜ ମଳିକ ଓ ସୁରଜ ମଳିକ ହତ୍ୟା କରିଥିବା ମୃତକ ର ମଝିଆପୁଅ ମୋହନା ଥାନା ରେ ଅଭିଯୋଗ କରିଛନ୍ତି  । ଅଭିଯୋଗ କୁ ଭିତି କରି ମୋହନା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୂଜୁ କରି ଘଟଣା ସ୍ଥଳରେ ତଦନ୍ତ ଜାରି ରହିଛି । ମିଳିଥିବା ସୁଚନା ଅନୁସାରେ ଗତ କିଛି ବର୍ଷ ହେଲା ଦାସ ମଳିକ ଚେରମୁଳିକା ବୈଦ୍ୟ ବୃତ୍ତି କରୁଥିବା ବେଳେ ବେଣିପଦର ଗ୍ରାମର କିଛି ଯୁବକ ଗୁଣିକରିଥିବା ସଂନ୍ଧେହରେ ତାଙ୍କୁ ଜିବନରେ ମାରିଦେବା କୁ ଧମାଇଥିଲେ । ଏହାକୁ ନେଇ ମୃତକ ଦାସ ଗତ ବର୍ଷ ମୋହନା ଥାନାରେ ମାର୍ଚ୍ଚ ୨୩  ତାରିଖରେ ଲିଖିତ ଅଭିଯୋଗ କରିଥିଲେ ଏବଂ ତତ୍କାଳୀନ ଥାନା ବାବୁ ଉଭୟ ପକ୍ଷକୁ ଡାକି ରାଜିନାମା କରି ଛାଡିଦେଇଥିଲେ । ପରବର୍ତ୍ତୀ ସମୟରେ ପ୍ରତିହିନ୍ସା ପରାୟଣ ହୋଇ ରହିଥିବା ବେଣିପଦର ଗ୍ରାମର ସାନୂଜ ମଳିକ ଓ ସୁରଜ ମଳିକ ଗତକାଲି ଏକାକି ସୁଯୋଗ ନେଇ ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟାକାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ଦୁଇ ପୁଅ । ଏହା ପୁର୍ବରୁ ଗତକାଲି ଅଭିଯୁକ୍ତ ମାନେ ଦାସ କୁ ଖୋଜାଖୋଜି କରିବା ସହ ବଡ ପୁଅକୁ ପଚାରୁଥିଲେ ପରେ ମକା ବାଡରେ ଦାସ କାମ କରୁଥିବା ଜାଣିଥିଲେ ଏବଂ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା କରିଥିଲେ।

Launching Ceremony of “AYUSHMAN BHARAT

Comments are closed.