ପୌର ନିର୍ବାଚନ ଫଳାଫଳ

ଭୁବନେଶ୍ୱର: ମାର୍ଚ୍ଚ ୨୬: ଧାମନଗର ଏନ୍ଏସିକୁ ଛାଡ଼ି ୩ଟି ମହାନଗର ନିଗମ ଏବଂ ୧୦୫ ପୌରାଞ୍ଚଳର ଆସିବ ଜନାଦେଶ। ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ରେ କିଏ ହେବେ ମେୟର, କିଏ ପିନ୍ଧିବ ଭୁବନେଶ୍ୱର ମେୟର ମୁକୁଟ, ତା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷେ, ଭୋଟ୍ ଗଣତି ପୂର୍ବରୁ ଭଦ୍ରକ ପୌରାଞ୍ଚଳରେ ୧୪୪ ଧାରା ଲାଗିଛି। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ମଧ୍ୟରାତ୍ରିରୁ ଜିଲ୍ଲା ପ୍ରଶାସନ ଏହି କଟକଣା ଲଗାଇଛି। ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। କଟକଣା ଲାଗୁ କରାଯାଇଥିବାରୁ ସମସ୍ତ ବ୍ୟକ୍ତିଗତ ଓ ବେସରକାରୀ ଚାରିଚକିଆ ଯାନର ଚଳାଚଳ ଭଦ୍ରକ ପୌରାଞ୍ଚଳ ମଧ୍ୟରେ ନିଷିଦ୍ଧ କରାଯାଇଛି।

Govt

Comments are closed.