ମୁମ୍ବାଇ: ଡିସେମ୍ବର ୦୨: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜାତୀୟ ସଙ୍ଗୀତକୁ ଅପମାନିତ କରିବା ଭାରି ପଡ଼ିଛି । ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିଲେ । ଏନେଇ ଆଜି ବିଜେପି ନେତା ତଥା ମୁମ୍ବାଇର ବିଜେପିଦ ସମ୍ପାଦକ ବିବେକାନନ୍ଦ ଗୁପ୍ତା ମମତାଙ୍କ ନାମରେ ଇମେଲ୍ ଜରିଆରେ ମୁମ୍ବାଇ ପୋଲିସ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ମମତା ବସିଥିବା ଅବସ୍ଥାରେ ଜାତୀୟ ସଙ୍ଗୀତ ଗାନ କରିବା ସହିତ ଚାରିପାଞ୍ଚ ପଦ ଗାଇବା ପରେ ହଠାତ୍ ଗାଇବା ବନ୍ଦ କରି ଦେଇଥିଲେ । ତାଙ୍କ ମତରେ, ଏହା ଜାତୀୟ ସଙ୍ଗୀତ ପ୍ରତି ଘୋର ଅପମାନ ଅଟେ ।
ଏନେଇ ବିଜେପି ନେତା ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ସେ କହିଛନ୍ତି, ମମତା ବାନାର୍ଜୀ ଜାତୀୟ ସଙ୍ଗୀତ ପ୍ରତି ଅପମାନ ପ୍ରଦର୍ଶନ କରିଛନ୍ତି । ବସିଥିବା ଅବସ୍ଥାରେ ସେ ଜାତୀୟ ସଙ୍ଗୀତ ଗାୟନ ଆରମ୍ଭ କଲେ ଏବଂ ମଝିରେ ଠିଆ ହୋଇ ପଡ଼ିଲେ । ପୁଣି ସଙ୍ଗୀତକୁ ସମ୍ପୂର୍ଣ୍ଣ ନ କରି ବସିପଡ଼ିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ସେ ଜାଣିଶୁଣି ଜାତୀୟ ସଙ୍ଗୀତ ପ୍ରତି ଅପମାନ ପ୍ରଦର୍ଶନ କରିଛନ୍ତି । ପଶ୍ଚିମବଙ୍ଗବାସୀ ରବୀନ୍ଦ୍ର ନାଥ ଠାକୁର ଜାତୀୟ ସଙ୍ଗୀତ ରଚନା କରିଥିଲେ । ମମତା ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ନିବାସୀ । ସେ ଖାଲି ପଶ୍ଚିମବଙ୍ଗବାସୀଙ୍କୁ ନୁହେଁ, ସମଗ୍ର ଦେଶବାସୀଙ୍କୁ ଅପମାନିତ କରିଛନ୍ତି । ସେଥିପାଇଁ ଅବିଳମ୍ବେ ତାଙ୍କ ନାମରେ ଏତଲା ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବାକୁ ମୁଁ ମୁମ୍ବାଇ ପୋଲିସ କମିସନଙ୍କୁ ଅନୁରୋଧ କରିଛି ।
ସୂଚନା ଥାଉଯେ, ଆସନ୍ତା ଲୋକସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ମିଶନ ୨୦୨୪’ ଅଭିଯାନର ଆରମ୍ଭ କରିଛନ୍ତି । ଏହାରି ଅନ୍ତର୍ଗତେ ସେ ବୁଧବାର ଦୁଇ ଦିନ ପାଇଁ ମୁମ୍ବାଇ ଗ୍ରସ୍ତରେ ରହିଥିଲେ । ସେଠାରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନିରେ ସେ ଜାତୀୟ ସଙ୍ଗୀତକୁ ଅପମାନ କରିଥିଲେ ।

Comments are closed.