ଲକ୍ଷ୍ମୌ: ଜୁଲାଇ ୦୯: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ଆଜି ନିଧନ ହୋଇଛି । କିଛି ଦିନ ହେବ ମଧୁମେହ ବଢ଼ିଯାଇଥିଲା ଓ ଫୁସ୍ଫୁସ୍ରେ ସଂକ୍ରମଣ ହେବା କାରଣରୁ ତାଙ୍କୁ ଗୁରୁଗ୍ରାମର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମୃତୁ୍ୟ ବେଳକୁ ମୁଲାୟମସିଂ ଯାଦବ ତାଙ୍କ ପାଖରେ ଉପସ୍ଥିତ ରହିଥିଲେ । ମୃତୁ୍ୟ ପରେ ତାଙ୍କ ମରଶରୀରକୁ ବିମାନ ଯୋଗେ ଲକ୍ଷ୍ମୌ ନିଆଯାଇଛି ।
ସାଧନା ଗୁପ୍ତା ହେଉଛନ୍ତି ମୁଲାୟମଙ୍କ ଦ୍ୱିତୀୟ ପତ୍ନୀ । ସାଧନାଙ୍କର ଗୋଟିଏ ପୁତ୍ର ଅଛନ୍ତି । ତାଙ୍କ ନାମ ପ୍ରତୀକ । ସେ ବିଜେପି ନେତ୍ରୀ ଅପର୍ଣ୍ଣ ଯାଦବଙ୍କ ସହ ବିବାହ କରିଛନ୍ତି । ତେବେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣା ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ ।
पूर्व मुख्यमंत्री श्री मुलायम सिंह यादव जी की पत्नी श्रीमती साधना गुप्ता जी के निधन का दुखद समाचार मिला,प्रभू पुण्यात्मा को अपने श्री चरणों में जगह दे. आदरणीय श्री मुलायम सिंह जी और परिजनों को ये दुख सहन करने की क्षमता दे!
ॐ शांति शांति शांति— Keshav Prasad Maurya (@kpmaurya1) July 9, 2022

Comments are closed.