ପୁରୀ: ଜୁନ ୨୮: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ।ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଜ୍ୱରରେ ଥିବା ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି । ଆଜି ଚତୁର୍ଦ୍ଦଶୀ ମଳ ଥିବାରୁ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପ୍ରସ୍ତୁତି । ତେବେ ସୋମବାର ଏବଂ ମଙ୍ଗଳବାର ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରୁଛନ୍ତି । ଆସନ୍ତାକାଲି ଅମାବାସ୍ୟା । ମହାପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । କାଲି ମଧ୍ୟ ନେତ୍ରୋତ୍ସବ । ଭକ୍ତମୟ ପରିବେଶରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପରିମାଣିକ ଟିକେଟ କାଟିଥିବା ଭକ୍ତମାନେ ଭିତରକାଠ ଦର୍ଶନ ପାଇବେ । ସାହାଣମେଲା ଦର୍ଶନ ମଧ୍ୟ ରହିଛି । ସେପଟେ ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିିଲ୍ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ପୁଲିସ ଲାଇନ ପଡିଆରେ ଡିଜିପିଙ୍କ ପରିଚାଳନାରେ ଏହି ଡେମୋ କାର୍ଯ୍ୟକ୍ରମ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ୱଜ ରଥ, ଦ୍ୱିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯାଏ । ଅବିକଳ ସେହିଭଳି ତିନିରଥକୁ ପୁଲିସ ବାହିନି ଟାଣି ଡେମୋ ପ୍ରଦର୍ଶିତ କରିଛନ୍ତି ।
Comments are closed.