ପୁରୀ : ପୁଣି ଚମକିବ ଶ୍ରୀମନ୍ଦିର I ଶ୍ରୀମନ୍ଦିର ଚାରିପାଶ୍ୱର୍ରେ ଖୁବ୍ ଶୀଘ୍ର ପୁଣି ହେବ ଲାଇଟ ବ୍ୟବସ୍ଥା । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଶ୍ରୀମନ୍ଦିରରୁ ଲାଇଟ ଖୋଲି ନେଇଯିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଶନିବାର ଦିନ ୨ ଟା ବେଳକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଲାଇଟ କାଢ଼ିଥିବା ସଂସ୍ଥାକୁ ବାଦ ଦେଇ ନୂଆ ସଂସ୍ଥାକୁ ଡାକି ଲଗାଗଲା ଲାଇଟ I ନୂଆ ସଂସ୍ଥାର ୧୦ ଜଣ କର୍ମଚାରୀ ଲାଇଟ୍ ଲଗାଉଛନ୍ତି। ଠିକା ସଂସ୍ଥା “ଥାର୍ଡ ୱେବ” ଶ୍ରୀମନ୍ଦିର ଆଲୋକୀକରଣ ପାଇଁ ନିୟୋଜିତ ଅଛି।
ସୂଚନାନୁସାରେ,ରାଜ୍ୟରେ ସରକାର ବଦଳିବା ପରେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଆଲୋକୀକରଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ରାତା ରାତି ଲାଇଟ୍ ଖୋଲି ନେଇଯିବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଶ୍ରୀମାନିର ସେବାୟତ ଏବଂ ସାଧାରଣ ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ।
ଏହାପରେ ଶନିବାର ସକାଳୁ ମୁଖ୍ୟା ଶାସନ ସଚିବ ପ୍ରଦୀପ ଜେନା ଘଟଣାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷେ ପୂର୍ବରୁ ଆଲୋକୀକରଣ ପାଇଁ ନିୟୋଜିତ ଥିବା ଠିକା ସଂସ୍ଥା ଲାଇଟ ଖୋଲି ନେଇଥିଲା ବେଳେ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଭିତରେ କେବୁଲ୍ ଖୋଲୁଥିବା ବେଳେ ୪ ଜଣଙ୍କୁ ଅଟକ ରଖିଥିଲା ବଡଦାଣ୍ଡ ପୋଲିସ। ଆଲୋକୀକରଣ ବନ୍ଦ ପରେ ସେମାନେ କେବୁଲ୍ ଖୋଲୁଥିଲେ।

Comments are closed.