ସାଲେପୁର : ୩ ନାବାଳିକା ଝିଅଙ୍କ ସହ ମାଆର ଆତ୍ମାହୁତି ଉଦ୍ୟମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିଶ୍ଚିତକୋଇଲି ଥାନା ବାଲିଆପଦା ଗାଁରେ । ସ୍ୱାମୀର ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ନିଜ ସହ ୩ ଜଣ ନାବାଳିକା ଝିଅଙ୍କ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ । ଏହି ସମୟରେ ଗ୍ରାମବାସୀମାନେ ତାଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ମହିଳାଙ୍କ ସ୍ୱାମୀ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତେବେ ସ୍ୱାମୀ – ସ୍ତ୍ରୀଙ୍କ ମଧ୍ୟରେ ଅନେକ ଦିନରୁ ପାରିବାରିକ କଳହ ଲାଗିରହିଥିବା ସୂଚନା ମିଳିଛି ।