ବୋହୂର ମୃତଦେହ ଦେଖି ହୃଦ୍ଘାତରେ ଶାଶୁଙ୍କ ମୃତ୍ୟୁ

ବଲାଙ୍ଗୀର : ବଲାଙ୍ଗୀରରେ ଘଟିଛି ଏକ ଦୁଃଖଦ ଘଟଣା । ଗୋଟିଏ ପରିବାରରୁ ଏକା ସାଙ୍ଗରେ ଦୁଇ ଜଣଙ୍କର ଘଟିଛି ଅପମୃତ୍ୟୁ । ବୋହୂ ଆତ୍ମହତ୍ୟା ପରେ ପରେ ହୃଦ୍ଘାତରେ ଶାଶୂଙ୍କର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହର ରାଜୀବ ନଗର ପଡ଼ାଠାରେ । ପାରିବାରିକ କଳହରୁ ବୋହୁ ଆନନ୍ଦିନୀ ସାହୁ ଘର ଭିତରେ ପଶିଯାଇ ଆତ୍ମହତ୍ୟା କରିଥିଲେ । ଏହାପରେ ବୋହୂର ଝୁଲନ୍ତା ମୃତଦେହ ଦେଖି ଶାଶୁ ଜାମ୍ବବତୀ ସାହୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ତେବେ ଘଟଣା ଘଟିବା ସମୟରେ ମୃତ ଶାଶୁ ଜାମ୍ବବତୀଙ୍କ ଦୁଇ ପୁଅ ତଥା ଆନନ୍ଦିନୀଙ୍କ ସ୍ୱାମୀ ଓ ଦିଅର ଘରେ ନଥିବା ଜଣ। ପଡିଛି । ଘଟଣାର ଖବର ପାଇ ବଲାଙ୍ଗୀର ଟାଉନ ଥାନା ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Launching Ceremony of “AYUSHMAN BHARAT

Comments are closed.