ମା’ଝିଅ ଜୀବନ୍ତ ଦଗ୍ଧ ,ହତ୍ୟା ସନ୍ଦେହ

ସମ୍ବଲପୁର : ଘରେ ଶୋଇଥିବାବେଳେ ନିଆଁ ଲାଗି ମା’ଝିଅ ଜୀବନ୍ତ ଦଗ୍ଧ । ସମ୍ବଲପୁର ମାନେଶ୍ଵର ଅନ୍ତର୍ଗତ ହାଟପଦା ଅଂଚଳରେ ଘଟିଛି ଏଭଳି ଘଟଣା । ମୃତକ ହେଉଛନ୍ତି ମାଆ ସ୍ନେହଲତା ଦୀକ୍ଷିତ ୯୦ ବର୍ଷ ଏବଂ ଝିଅ ସିରିନ୍ଦ୍ରୀ ଦୀକ୍ଷିତ ୬୨ ବର୍ଷ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ। ମା’ ଝିଅ ୨ ମହଲା କୋଠା ଘର ଉପର ମହଲରେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା I ଅଗ୍ନିକାଣ୍ଡ ସଂପର୍କରେ ଖବର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସମ୍ପତ୍ତି ପାଇଁ ଭାଇ ଏବଂ ଭାଉଜ ହତ୍ୟା କରିଥିବା ଅନ୍ୟ ଜଣେ ଭଉଣୀ ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ।

Govt

Comments are closed.