ବ୍ରହ୍ମପୁର : ମାଆ ଓ ଝିଅକୁ ଖଣ୍ଡାରେ ଆକ୍ରମଣ । ମାଆର ମୃତ୍ୟୁ ଘଟିଥିବାବେଳେ ଝିଅ ଗୁରୁତର । ବ୍ରହ୍ମପୁର ସହର ଉପକଣ୍ଠ ନିମଖଣ୍ଡି ଥାନା ଶ୍ରୀମାନଗରରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଗାୟତ୍ରୀ ସ୍ବାଇଁ । ଗୁରୁତର ଝିଅକୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର କାରଣ ଜଣାପଡିନାହିଁ। ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ପୋଲିସ ।
ଅନ୍ୟପଟେ,ରାଜଧାନୀ ଦୟା ୱେଷ୍ଟ କେନାଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଯୁବକ ଜଣଙ୍କ ହେଲେ ଜ୍ୟୋତିରଞ୍ଜନ ବେହେରା (୩୪) ବର୍ଷ । ସେ ଜଣେ ବ୍ୟବସାୟୀ । ରବିବାର ରାତିରୁ କୌଣସି କାମରେ ବାହାରକୁ ଯାଇଥିବାବେଳେ ଜ୍ୟୋତିରଞ୍ଜନ ଆଉ ଘରକୁ ଫେରି ନଥିଲେ । ଘଟଣା ସ୍ଥଳରେ ଯୁବକଙ୍କ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
