ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଛି । ରୋଜ୍‌ ଡେ’ ପରେ ପ୍ରପୋଜ୍‌ ଡେ’, ଚକୋଲେଟ୍‌ ଡେ ଏବଂ ଆଜି ହେଉଛି ଟେଡି ଡେ’ । ଆଜି ପ୍ରେମୀ ଯୁଗଳ ନିଜ ସାଥୀଙ୍କୁ ଟେଡି ଉପହାର ଦିଅନ୍ତି । ବଜାରରେ ୫୦ରୁ ୧୦୦ ଟଙ୍କା ମଧ୍ୟରେ ଆରମ୍ଭ ହୋଇ ଟେଡି ଲକ୍ଷ ଲକ୍ଷ ଟଙ୍କା ଯାଏଁ ରହିଛି । ହେଲେ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲକ୍ଷ ଲକ୍ଷ ଟଙ୍କାଠାରୁ ଅଧିକ ମୂଲ୍ୟରେ ଟେଡି ମିଳୁଛି ।

ଷ୍ଟେଫ୍‌ ହାପି ଆନିଭର୍ସାରୀ ଟେଡି-
ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

୧୯୮୯ ମସିହାରେ ଏହାକୁ ୮୬,୦୦୦ ଡଲାରରେ ବିକ୍ରି କରାଯାଇଥିଲା । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୬୪.୨୯ ଲକ୍ଷ ହେବ । ୧୯୮୯ ମସିହାରେ ରୋଜମେରି ଏବଂ ପଲ୍‌ ନାମକ ଦମ୍ପତ୍ତି ନିଜର ୪୨ ତମ ବିବାହ ବାର୍ଷିକୀରେ ଏହାକୁ କିଣିଥିଲେ ।

ଷ୍ଟିଫ୍‌ ଟେଡି ବିୟର୍‌-

ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

ଏହି ଟେଡି ବିୟର୍‌କୁ ବିଶ୍ୱର ସର୍ବ ପୁରାତନ ବୋଲି କୁହାଯାଇଛି । ଯାହା ୧୯୦୪ ମସିହାରେ ତିଆରି କରାଯାଇଥିଲା । ୨୦୦୦ ମସିହାରେ, ଏହାକୁ ଜର୍ମାନୀରେ ପ୍ରାୟ ୧ ଲକ୍ଷ ୫ ହଜାର ଡଲାରରେ ନିଲାମ ହୋଇଥିଲା । ଭାରତୀୟ ମୁଦ୍ରା ଅନୁସାରେ, ଏହା ୭୮ଲକ୍ଷ ୫୦ ହଜାର ୨୮୩ ଟଙ୍କା ହେବ ।

ଷ୍ଟେଇଫ୍‌ ଟାଇଟାନିକ୍‌ ମୌରନିଂ ବିୟର୍‌-

ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

୧୯୧୨ ମସିହାରେ ଟାଇଟାନିକ୍‌ ଦୁର୍ଘଟଣା ପରେ ଷ୍ଟେଫ୍‌ ନାମକ ଜଣେ ବ୍ୟକ୍ତି ପୀଡିତଙ୍କ ଶୋକରେ ୬୦୦ଟି କଳା ଟେଡି ତିଆରି କରିଥିଲେ । ଏହି ଟେଡି ସେମାନଙ୍କ ମଧ୍ୟରୁ ଗୋଟିଏ । ଦଶନ୍ଧି ଧରି ଷ୍ଟୋର ରୁମରେ ରହିବା ପରେ ଏହାକୁ ୧,୩୩,୨୮୫ ଡଲାରରେ ନିଲାମ କରାଯାଇଥିଲା । ଆଜିର ଭାରତୀୟ ମୂଲ୍ୟରେ ହିସାବ ଏହା ୯୯, ୬୪, ୯୯୯ ଟଙ୍କା ହେବ ।

ଟେଡି ଗାର୍ଲ-

ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

୧୯୯୪ ମସିହାରେ ପ୍ରାୟ ୧, ୭୧ ,୫୭୮ ଡଲାରରେ ଟେଡି ଗର୍ଲ ନିଲାମ ହୋଇଥିଲା । ଏହି ଟେଡି ସେହି ସମୟ ପର୍ଯ୍ୟନ୍ତ ସବୁଠାରୁ ଦାମୀ ଟେଡି ରହିଥିଲା । ୧୯୦୫ ରେ ନିର୍ମିିତ ଏହି ଟେଡି ବବ୍‌ ହେଣ୍ଡରସନଙ୍କ ଅତ୍ୟନ୍ତ ପ୍ରିୟ ଥିଲା । ଯିଏକି ପରେ ବ୍ରିଟିଶ ସେନାରେ କର୍ଣ୍ଣେଲ ହୋଇଥିଲେ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବୀରତ୍ୱ ସହିତ ଲଢ଼ିଥିଲେ । ୧୯୯୦ ମସିହା ମୃତୁ୍ୟ ହୋଇଥିଲା । କୁହାଯାଏ ମୃତୁ୍ୟ ପର୍ଯ୍ୟନ୍ତ ଏହି ଟେଡି ତାଙ୍କ ସହିତ ରହିଥିଲା ।

ଷ୍ଟେଇଫ୍‌ ଆଣ୍ଡ ଲୁଇସ୍‌ ଭୁ୍ୟଟନ୍‌ ବିୟର୍‌-

ଭାଲେଣ୍ଟାଇନ୍‌ ସପ୍ତାହ: ଜାଣନ୍ତୁ ବିଶ୍ୱର ଦାମୀ ଟେଡି ବିଷୟରେ..

୨୦୦୦ ମସିହାରେ ଏହି ଟେଡି ପ୍ରାୟ ୧, ୮୨, ୫୫୦ ଡଲାରରେ ବିକ୍ରି କରାଯାଇଥିଲା । ଅନେକ େୱବସାଇଟ୍‌ ଏହାର ମୂଲ୍ୟ ୨ ମିଲିୟନ୍‌ ଡଲାରରୁ ଅଧିକ ରହିଥିବା କୁହନ୍ତି । ଏହା ହେଉଛି ବିଶ୍ୱର ସବୁଠାରୁ ମହଙ୍ଗା ଟେଡି । ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲï ରେକର୍ଡ ଏହାର ମୂଲ୍ୟ ପ୍ରାୟ ୧ ,୮୨ ,୫୫୦ ଡଲାର ରେକର୍ଡ କରିଛି । ଆଜିର ଭାରତୀୟ ମୁଦ୍ରା ଅନୁସାରେ, ଏହା ପ୍ରାୟ ୧.୩୬ କୋଟିରୁ ଅଧିକ ଟଙ୍କା ହେବ । ଆମେରିକାର ଲୋକପ୍ରିୟ ଅଭିନେତ୍ରୀ କିମ୍‌ କାର୍ଡାସିଆନ୍‌ ତାଙ୍କର ତୃତୀୟ ସନ୍ତାନ ପାଇଁ ୧୭୦,୦୦୦ ଡଲାର ଦେଇ ଏହି ଟେଡି କିଣିଥିଲେ ।

Comments are closed.