ହୀରା ସମସ୍ତଙ୍କର ପ୍ରିୟ ହୋଇଥାଏ । ଏହାର ଗହଣା ପିନ୍ଧିବାକୁ ପୁରୁଷ ଠାରୁ ଆରମ୍ଭ କରି ମହିଳା ସମସ୍ତେ ଭଲ ପାଇଥାଆନ୍ତି । ତେବେ ଦୁନିଆରେ ଏଭଳି ଅନେକ ହୀରା ରହିଛି ଯାହାର ମୂଲ୍ୟ ଢେର ଅଧିକା । ଆସନ୍ତୁ ପଢିବା ସେହିଭଳି କିଛି ଦାମୀ ହୀରା ସମ୍ବନ୍ଧରେ
କୋହିନୂର –
କୋହିନୂର ହେଉଛି ବିଶ୍ୱର ସବୁଠାରୁ ଦାମୀ ହୀରା । ରିପୋର୍ଟ ହିସାବରେ ଏହି ଓଭାଲ ସେପ ଡାଇମଣ୍ଡର ଓଜନ ୨୧.୬ ଗ୍ରାମ ରହିଥିବାବେଳେ ଏହା ୧୦୯ କ୍ୟାରେଟ୍ର । ଏହାର ସମ୍ବନ୍ଧ ଭାରତସହ ଥିବା ବେଳେ ବର୍ତ୍ତମାନ ଏହାର ମାଲିକାନା ବ୍ରିଟିସ୍ କ୍ରାଉନ୍ ପାଖରେ ରହିଛି । ତେବେ ଏହାର ସ୍ୱତନ୍ତ୍ରତା କାରଣରୁ ଏହା ଅମୂଲ୍ୟ ।
ସାନ୍ସି –
କୋହିନୂର ପରେ ସାନ୍ସି ହୀରାକୁ ଦୁନିଆର ଦ୍ୱିତୀୟ ଦାମୀ ହୀରା ଭାବେ ଗଣାଯାଇଥାଏ । ଏହାର ସମ୍ବନ୍ଧ ମଧ୍ୟ ଭାରତ ସହିତ ରହିଛି । ଏହାର ଆକାର ଏହାକୁ ସ୍ୱତନ୍ତ୍ର କରିଥାଏ । ଏହି ସିଲï ସେପଡ୍ ବ୍ରିଲିଆଣ୍ଟ କଟ୍ ଡାଇମଣ୍ଡ ବର୍ତ୍ତମାନ ପ୍ୟାରିସ୍ର ଲୌଭରେ ମୁ୍ୟଜିୟମରେ ରହିଛି । ଏହା ୫୫.୨୩ କ୍ୟାରଟ୍ର ଅଟେ ।
କୁଲିନାନ୍-
ଦାମୀ ହୀରା ତାଲିକାର ତୃତୀୟରେ ରହିଛି କୁଲିନାନ୍ ହୀରା, ଯାହାର ମୂଲ୍ୟ ୪୦୦ ମିଲିଅନ ଡଲାର । ତଥ୍ୟ ଅନୁସାରେ ଏହା ୩,୧୦୬.୭୫ କ୍ୟାରଟ୍ର ହୋଇଥିବାବେଳେ ଏହା ବିଶ୍ୱର ଲାର୍ଜେଷ୍ଟ ଜେମ୍ କୁ୍ୟାଲିଟି ରଫ୍ ଡାଇମଣ୍ଡ । କୁଲିନାନ୍ ହୀରା ସାଉଥ୍ ଆଫ୍ରିକାର ଏକ ଖଣିରେ ୧୯୦୫ ମସିହାରେ ମିଳିଥିଲା । ଏହି ଖଣିର ଚେୟାରମ୍ୟାନ୍ ଥୋମାସ କୁଲିନାନ୍ଙ୍କ ନାମ ଅନୁସାରେ ଏହାର ନାଁ କୁଲିନାନ ରଖାଯାଇଛି । ବର୍ତ୍ତମାନ ଏହି ହୀରା ଏଲିଜାବେଥ ଦ୍ୱିତୀୟଙ୍କ ପାଖରେ ରହିଛି ।
ହୋପ୍ –
ତାଲିକାର ଚତୁର୍ଥ ଦାମୀ ହୀରା ଭାବେ ହୋପ୍ ଡାଇମଣ୍ଡକୁ ବିବେଚନା କରାଯାଇଥାଏ । ହୋପ୍ ଡାଇମଣ୍ଡ ଭାରତର କୁଲ୍ଲାର ଖଣିରୁ ମିଳିଥିଲା । ଏହାର ଦାମ ୩୫୦ ମିଲିଅନ ଡଲାର ରହିଛି । ଏହି ଡାଇମଣ୍ଡର ରଙ୍ଗ ନୀଳ ହୋଇଥିବାରୁ ଏହା ଦେଖିବାକୁ ଖୁବ୍ ସୁନ୍ଦର । ଏଥିରେ ଥିବା କେମିକାଲ ଏଲିମେଣ୍ଟ କାରଣରୁ ଏହାର ରଙ୍ଗ ନୀଳ ହୋଇଥାଏ । ୪୫.୫୨ କ୍ୟାରଟ୍ର ଏହି ହୀରା ବର୍ତ୍ତମାନ ୟୁଏସ୍ ମୁ୍ୟଜିୟମରେ ରହିଛି ।

Comments are closed.