ଝାରସୁଗୁଡା: ଝାରସୁଗୁଡା ପୌର ପରିଷଦରେ ବର୍ତ୍ତମାନ ମଶା ଓ ମାଛିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସନ୍ଧ୍ୟାରେ ଘରେ ବସିବା ଅସମ୍ଭବ ହେଉଥିଲା ବେଳେ, ବାହାରେ ଠିଆ ହେବା ମାତ୍ରେ ମୁଣ୍ଡ ଉପରେ ଶହ ଶହ ସଂଖାରେ ମଶାମାନେ ଉଡୁଉନ୍ତି । ପରିସଂଖ୍ୟାନକୁ ନିଆଗଲେ ମ୍ୟାଲେରିଆ ଜ୍ୱର ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଜ୍ୱର ହେବା ମାତ୍ରେ ପରିବାର ଲୋକେ କୋଭିଡ ଆଶଙ୍କାରେ ଭୟଭୀତ ହୋଇ ପଡୁଛନ୍ତି ।
ପୌର ପରିଷଦରେ ମଶା ଓ ମାଛିଙ୍କ ସଂଖ୍ୟା ବୃଦ୍ଧି ପୌର ପରିଷଦର କାର୍ଯ୍ୟକ୍ଷମ ଉପରେ ପ୍ରଶ୍ନବାଚୀ ସଷ୍ଟି କରିଛି । ମଶାମାନଙ୍କୁ ମାରିବା ପାଇଁ ଧୂଆଁ ଦେବା ବଡ଼ ୨ଟି ମେସିନ ଏବଂ ଛୋଟ ହାତ ମେସିନ ୧୦ଟିରୁ ଉର୍ଦ୍ଧ୍ୱ ରହିଛି । କି;ୁ ସମସ୍ତ ମେସିନ ଖରାପ ହୋଇପଡିଛି । ପୌର ପରିଷଦର ଅନେକ ୱାର୍ଡରେ ଲାଗିଥିବା ଷ୍ଟ୍ରିଟ ଲାଇଟଗୁଡିକ ଲାଗିଥିଲେ ମଧ୍ୟ ଉପଯୁକ୍ତ ରକ୍ଷାଣାବେକ୍ଷଣ ଅଭାବରୁ ମାସ ମାସ ଧରି ଜଳେ ନାହିଁ । ଫଳରେ ରାତି ପାଇଲେ ଅନ୍ଧାର ଯୋଗୁଁ ଦୁର୍ଘଟଣା ଘଟିବା ସହ ଲୁଟପାଟ ହେଉଛି । ଏନେଇ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର କାଣ୍ଡିଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ମଶାମରା ପାଇଁ ଔଷଧ ପକା ଯାଉଛି ।
୩ଟି ମେସିନକୁ ଠିକ୍ କରାଯାଇ ଧୂଆଁ ଦେବା କାର୍ଯ୍ୟ ଆରମ୍ଭ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଝାରସୁଗୁଡା ପୌର ପରିଷଦ ଅଧିନରେ ୨୪ଟି ୱାର୍ଡ ରହିଛି । ପୌର ପରିଷଦର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖିବା କହିଛନ୍ତି ଗୋଟିଏ ମେସିନ କାମ କରୁଛି । କି;ୁ ସହରେ ଧୂଆଁ ଦିଆଯାଉ ନାହିଁ । ଧୂଆ ଦେବା ପାଇଁ ସନ୍ଧ୍ୟା ୭ଟାରୁ ରାତି ୯ ମଧ୍ୟରେ ଗାଡିରେ ଧୂଆଁ ଗୋଟିଏ ୱାର୍ଡରେ ଦିଆ ଯାଇଥାଏ । ୨୪ଟି ୱାର୍ଡରେ କିପରି ଦିଆଯିବ ତାହା ପ୍ରଶ୍ନବାଚୀ ହୋଇଛି । ଏଣୁ ପୌର ପରିଷଦ ଅଧିକାରୀ ମନୋଜ କୁମାର କାଣ୍ଡି ତାହା ନିଜେ ଅନୁସନ୍ଧାନ କଲେ ଜାଣି ପାରିବେ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଯେଉଁ ନେତାମାନେ ମୋଟର ଓ ଜନସାଧାରଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଏକ କଳ୍ପନାର ବିକାଶ ଚିତ୍ର ଆଙ୍କୁଛନ୍ତି ସେମାନେ ନିଜକୁ ଆତ୍ମସମୀକ୍ଷା କରନ୍ତୁ ବୋଲି ମତ ପ୍ରକାଶ ପାଉଛି ।

Comments are closed.