୧୩୦ କେଜି ଚନ୍ଦନ କାଠ ଜବତ,୨ ଗିରଫ

କୋରାପୁଟ : କମାଣ୍ଡର ଜିପ ଉପରେ ଓ ତଳେ ଗୁପ୍ତ ଚାମ୍ବର କରି ଚନ୍ଦନ କାଠ ଚାଲାଣ କରୁଥିବା ୨ ଜଣ ଚୋରା ଚାଲାଣକାରୀଙ୍କୁ ସେମିଳିଗୁଡା ପୋଲିସ ଗିରଫ କରିଛି । ଏନେଇ ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ମନୋଜ କୁମାର ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୋମବାର ସକାଳେ ସେମିଳିଗୁଡା ଥାନାର ଏସଆଇ ଦୀପକ କୁମାର ବାରିକ ଓ ଷ୍ଟାଫ ପେଟ୍ରୋଲିଂ କରୁଥିବା ସମୟରେ ଜାନିଗୁଡା ଠାରେ କମାଣ୍ଡର ଜିପର ତଲାସୀ କରିଥିଲେ । ତଲାସୀ ପରେ କମାଣ୍ଡର ଜିପର ଉପରେ ଓ ତଳେ ଗୁପ୍ତ ଚାମ୍ବରରେ ଚନ୍ଦନ କାଠ ରଖାଯାଇଥିଲା । ବିନା କାଗଜ ପତ୍ରରେ ଚନ୍ଦନକାଠ ଚାଲାଣ ହେଉଥିବା କାରଣରୁ କେରଳ ରାଜ୍ୟର ଅବବ୍ଦୁଲ ରାହିମାନ ଓ କେ.ଉମର ୨ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

୧୩୦ କେଜି ଚନ୍ଦନ କାଠ ଜବତ,୨ ଗିରଫ
କମାଣ୍ଡର ଗାଡି,୧୩୦ କେଜି ଚନ୍ଦନ କାଠ, ନଗଦ ୪୨୬୦ ଟଙ୍କା ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୬ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ଆଡ଼କୁ ଛତିଶଗଡ ରାଜ୍ୟର ରାୟପୁରକୁ ଚନ୍ଦନ କାଠ ଚାଲାଣ କରାଯାଉଥିଲା ବୋଲି ସେ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେମିଳିଗୁଡା ଥାନା ଭାରପ୍ରାପ୍ତ ନିରୀକ୍ଷକ ପ୍ରଦ୍ୟୁମ୍ନ ମହାପାତ୍ର ଉପସ୍ଥିତ ଥିଲେ ।

Govt

Comments are closed.