ସାମଗ୍ରୀ – ଏକ କପ୍ ଚୋପା ଲଗା ସିଝା ମୁଗ ଡାଲି , ୨ଟି ଚୋପା ଛଡା କିୱି , ଅଧା କପ୍ ନଡିଆ କ୍ରିମ୍, ଏକ ଚାମଚ ତେଲ, ଦୁଇଟା ତେଜପତ୍ର, ଅଧା ଚାମଚ ଜୀରା, ଏକ ଚାମଚ ଧନିଆ, ଏକ ଚାମଚ ଗୋଲମରିଚ, ୮ଟି କଟା ରସୁଣ, ଗୋଟିଏ ବଡ଼ କଟା ପିଆଜ, ଗୋଟିଏ ଗାଜର, ଅଧା ଚାମଚ କରି ପାଉଡର, କଟା ଧନିଆ ପତ୍ର ।
ପ୍ରଣାଳୀ – ତେଲ ଗରମ କରି ଏଥିରେ ତେଜପତ୍ର, ଜୀରା, ଧନିଆ, ମରିଚ, ରସୁଣ ପକାଇ ଭାଜନ୍ତୁ । କିଛି ସମୟ ପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜ କିଛି ସମୟ ଭାଜି ହେବା ପରେ ଏଥିରେ କଟା ଗାଜର, ହଳଦୀ ଏବଂ କରି ପାଉଡର ପକାଇ ମିଶାନ୍ତୁ । ଏହାପରେ ଏଥିରେ ଲୁଣ ଏବଂ ସିଝା ମୁଗ ଡାଲି ପକାଇ ଭାଜନ୍ତୁ । କିଛି ସମୟ ପରେ ଯେତେବେଳେ ମୁଗ ଗରମ ହେଇଯିବ, ଗ୍ୟାସ ବନ୍ଦ କରିବା ସହିତ ସେଥିରେ କିୱିର ଛୋଟ ଛୋଟ ଖଣ୍ଡ ଏଥିରେ ପକାନ୍ତୁ । ମିଶ୍ରଣ ଥଣ୍ଡା ହେବାପରେ ଏହାକୁ ଗ୍ରାଇଣ୍ଡରେ ବାଟି ନିଅନ୍ତୁ । ଏହାପରେ ମିଶ୍ରଣକୁ ଛାଣି ନିଅନ୍ତୁ । ଅଳ୍ପ ସମୟ ପାଇଁ ଏହାକୁ ଆଞ୍ଚରେ ରଖନ୍ତୁ । ପରେ ଏଥିରେ ନଡିଆ କ୍ରିମ ମିଶାଇ ଆଞ୍ଚ ବନ୍ଦ କରିନିଅନ୍ତୁ । ମିଶ୍ରଣ ଥଣ୍ଡା ହେବା ପରେ ସର୍ଭିଂ ବୋଲ୍ରେ ଧନିଆ ପତ୍ର ପକାଇ ପରଷନ୍ତୁ ମୁଗଡାଲି କିୱି ନଡିଆ ସୁପ୍ ।

Comments are closed.