ସାମଗ୍ରୀ- ୨୦୦ ଗ୍ରାମ ମୁଗ ଡାଲି, ୪ ରୁ ୫ପିସ୍ ପନିର ଖଣ୍ଡ, ଏକ ଚାମଚ ଗ୍ରେଟ୍ ପନିର୍ ସହିତ ଚାଟ୍ ମସଲା ମିଶିଥିବ, ଏକ ବଡ଼ ଚାମଚ କ୍ୟାପସିକମ୍, ବନ୍ଧା କୋବି କଟା, ଅଧା ଚାମଚ କଟା ପିଆଜ, ଏକ ଚାମଚ କାଜୁ, ଅଳ୍ପ ଘିଅ ।
ପ୍ରଣାଳୀ- ପ୍ରଥମେ ମୁଗଡ଼ାଲିକୁ ରାତିରୁ ବତୁରାଇ ରଖନ୍ତୁ । ଡାଲି ବତୁରି ଗଲା ପରେ, ତାହାକୁ ଭଲ ଭାବରେ ଧୋଇ ସେଥିରେ କିଛି ଲୁଣ ମିଶାଇ ବାଟି ନିଅନ୍ତୁ । ଏହାପରେ ତାୱାରେ କିଛି ଆଣକୁ ପକାଇ ପିଠା ଭଳି ଆକାର ଦିଅନ୍ତୁ । ଏହାପରେ ଏଥିରେ ସମସ୍ତ ପରିବା କଟା, କାଜୁ ପକାନ୍ତୁ । ଏହାଉପରେ କିଛି ଘିଅ ପକାନ୍ତୁ । ଏହାକୁ କିଛି ସମୟ ପାଇଁ ସିଝିବାକୁ ଦିଅନ୍ତୁ । କିଛିସମୟ ପରେ ଏହାକୁ ଓଲଟାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ମୁଗଡାଲି ଚିଲ୍ଲା । ଚିଲ୍ଲାକୁ ମିଠା କିମ୍ବା ରାଗ ଚଟଣି ସହିତ ପରଷନ୍ତୁ ।

Comments are closed.