ଆଜିକାଲି ଫ୍ୟାଶନ ଦୁନିଆରେ କିଛି ବି ପୁରୁଣା ନୁହେଁ । କାରଣ ପୁରୁଣା ଆଉଟ୍ଫିଟ୍ରେ ଅଳ୍ପ ଅପଡେଟ୍ ତାହାକୁ ପୁଣି ଫ୍ୟାଶନର ଶିରୋମଣୀରେ ରଖିପାରୁଛି । ସେହିପରି ଆପଣଙ୍କ ଫ୍ୟାଶନ ଅଭିଜ୍ଞତାର ନୂତନତା ପାଇଁ ପୁଣି ଥରେ ଆସିଯାଇଛି ମୋନୋକ୍ରୋମ୍ ଆଉଟ୍ଫିଟ୍ । ଏହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ପୋଷାକ ଗୋଟିଏ ରଙ୍ଗର । ଏହାକୁ ଆପଣ େୱଷ୍ଟର୍ନ ହେଉ କି ଏଥିନିକ୍ ସବୁଥିରେ ମ୍ୟାଚ୍ କରିପାରିବେ । ସବୁଠୁ ବଡ଼ କଥା ହେଉଛି ଆପଣଙ୍କ ପସନ୍ଦର ରଙ୍ଗରେ ଭିନ୍ନ ଭିନ୍ନ ଆଉଟ୍ଫିଟ୍ ଡିଜାଇନ କରି ପିନ୍ଧିପାରିବେ ।
ମୋନୋକ୍ରୋମ ପାଇଁ ଟି«
– ସର୍ବପ୍ରଥମେ ନିଜର ସ୍କିନ୍ ଟୋନ୍ ଏବଂ କେଶର ରଙ୍ଗକୁ ଦେଖି ମୋନୋକ୍ରୋମ ଆଉଟଫିଟ୍ର ରଙ୍ଗ ନିର୍ଦ୍ଧାରଣ କରନ୍ତୁ ।
-ଏହାପରେ ପ୍ୟାଣ୍ଟ, ସ୍କର୍ଟ, ଡ୍ରେସ୍, କାର୍ଡଗାନ୍ ଆଦି ଆଉଟ୍ଫିଟ୍ ଚୟନ ତକନ୍ତୁ । ଗୋଟିଏ ରଙ୍ଗରେ କ’ଣ କ’ଣ ସୁଟ୍ କରିହେବ, ସେହି ଅନୁସାରେ ପୋଷାକକୁ ପେୟାର ଅପ୍ କରନ୍ତୁ ।
-ଯଦି ଆପଣ ଗୋଟିଏ ରଙ୍ଗର ହାଲକା ଏବଂ ଗାଢ ରଙ୍ଗ ଏକତ୍ର ବ୍ୟବହାର କରୁଛନ୍ତି, ତାହେଲେ କେଉଁଠି କଣ ପିନ୍ଧିବେ ତାହା ନିଶ୍ଚିତ କରନ୍ତୁ । ହାଲକା ରଙ୍ଗ ଆଖିକୁ ଆକର୍ଷିତ କରୁଥିବା ବେଳେ ଗାଢ ରଙ୍ଗ ଆପଣଙ୍କ ତ୍ୱଚାକୁ ହାଇଲାଇଟ୍ କରିଥାଏ ।
-ଡେନିମ୍ ସହ ଚମଡ଼ା, କଟନ୍, ସିáର କମ୍ବିନେସନ ଆପଣଙ୍କ ଲୁକ୍କୁ ଆହୁରି ପରଫେକଫ କରିବାରେ ସହଯୋଗ କରିବ । କେବଳ ଆଉଟଫିଟ୍ ନୁହେଁ ମୋନୋକ୍ରୋମ୍ ଫ୍ୟାଶନ ସହ ଜୋତା, ହ୍ୟାଟ୍ ଏବଂ ଚଷମାକୁ ମଧ୍ୟ ସଠିକ୍ ଭାବେ ଚୟନ କରିବା ଦରକାର ।
-ଅଫିସ, କଲେଜ, ଭିଡିଓ କଲ୍ ମିଟିଂ, ଗେଟ୍-ଟୁ-ଗେଦର୍ ହେଉ କି ଯେକୌଣସି ପାର୍ଟି କିମ୍ବା ଫଙ୍କସନ୍ରେ ଆପଣ ଏହି ଫ୍ୟାଶନକୁ ଆପଣାଇପାରିବେ । ଶର୍ଟ ପ୍ୟାଣ୍ଟ୍, ସୁଟ୍, ଶାଢୀ, ୱାନ୍ ପିସ୍, ଟପ୍-ସ୍କର୍ଟ କିମ୍ବା ଟ୍ରେଣ୍ଡିଂ ଆଉଟ୍ଫିଟ୍ରେ ମୋନୋକ୍ରୋମ ଫ୍ୟାଶନ ଭଲ ମାନିଥାଏ ।
ମୋନୋକ୍ରୋମ ଆଉଟ୍ଫିଟ୍
-ପରଫେକଫ ବିଜନେସ୍ ଚିକ୍ ଲୁକ୍ ପାଇଁ ବ୍ଲାକ୍ ମୋନୋକ୍ରୋମ ଆଉଟଫିଟ୍ ପିନ୍ଧିପାରିବେ । ବ୍ଲାକ୍ ଟରର୍ଟଲ୍ନେକ୍ ଶାର୍ଟ ଏବଂଆଙ୍କେଲ୍ ପ୍ୟାଣ୍ଟ ସହ ହାଇ ହିଲ୍, ଚେନ୍ ଷ୍ଟ୍ରାପ୍ ହ୍ୟାଣ୍ଡବ୍ୟାଗ୍କୁ ପେୟାର ଅପ୍ କରିପାରିବେ । ଏଥିରେ ରେଡ୍ କଲର୍ ଲିପଷ୍ଟିକ୍ ଆପଣଙ୍କୁ ଏଲିଗାଣ୍ଟ୍ ଲୁକ୍ ଦେବାରେ ସହାୟକ କରିବ ।
– ସାଙ୍ଗମାନଙ୍କ ସହ ଆଉଟିଂ ହେଉ କି କ୍ଲାଇଣ୍ଟ୍ ମିଟିଂରେ ଡିପ୍ ଗ୍ରୀନ କଲର୍ ସବୁଠୁ ଭଲ ଅପସନ୍ । ଏହି କଲର୍ର ଲେଦର୍ ସ୍କର୍ଟ ସହ କ୍ନିଟ୍ ସେ୍ୱଟର ଆପଣଙ୍କୁ ଭଲ ମ୍ୟାଚ୍ କରିବ ।
-କାଜୁଆଲ ଏବଂ ସିମ୍ପଲ୍ ଲୁକ୍ ପାଇଁ ସମର ସିଜିନରେ ହାଲକା ରଙ୍ଗ ମୋନୋକ୍ରୋମ ଆଉଟଫିଟ୍ ପିନ୍ଧିପାରିବେ । ଧଳା, ହାଲକା ପିଙ୍କ୍, ନୁ୍ୟଡ୍ କଲର ବିଚ୍ ଲୁକ୍କୁ ଆହୁରି ପରଫେକଫ କରିଥାଏ ।
-ଫର୍ମାଲ ଫଙ୍କସନ୍ ପାଇଁ ଲଙ୍ଗ୍ ଡ୍ରେସ୍ ବଦଳରେ ଏବେ ବରଗୁନ୍ଡି କଲର୍ର ପ୍ୟାଣ୍ଟ୍ସୁଟ୍ ଟ୍ରାଏ କରିପାରିବେ ।
-ସେହିପରି ବୋଲï ବ୍ଲìର ମୋନୋକ୍ରୋମ ଡ୍ରେସ୍ ଆପଣଙ୍କୁ ବୋଲï ଲୁକ୍ ଦେବାରେ ସହାୟକ କରିବ । ମନସୁନ୍ ସିଜିନକୁ ବ୍ରାଇଟ୍ କରିବା ପାଇଁ ଏହି କଲରର ପୋଷାକ ପିନ୍ଧିପାରିବେ ।
ମୋନୋକ୍ରୋମ କଲର୍ ବ୍ଲକିଙ୍ଗ୍
ଯଦି ଆପଣ ସିଙ୍ଗଲ୍ କଲର ତଥା ମୋନୋକ୍ରୋମ ସହ ଆଉ ଏକ କଲରକୁ ଯୋଡ଼ି ଦିଅନ୍ତି ତାହେଲେ ତାହାକୁ କଲର୍ ବ୍ଲକିଙ୍ଗ୍ କୁହାଯାଇଥାଏ । ଅତି ଡିଜାଇନର ପୋଷାକ ପିନ୍ଧିବାକୁ ଯଦି ପସନ୍ଦ କରୁନାହାନ୍ତି ତାହେଲେ ଏହି ଟ୍ରେଣ୍ଡ୍ ଟ୍ରାଏ କରିପାରିବେ ।

Comments are closed.