ଦେଶରେ ବ୍ୟାପିପାରେ ମଙ୍କିପକ୍ସ, ସମସ୍ତ ରାଜ୍ୟକୁ ସତର୍କ କଲା କେନ୍ଦ୍ର ଏବଂ ଜାରି କଲା ଗାଇଡ୍‌ଲାଇନ୍‌

ଦିଲ୍ଲୀ: ଗତକାଲି ପ୍ରଥମ ଭାରତରେ ମଙ୍କିପକ୍ସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହେବା ପରେ ସଜାଗ ହୋଇ ଉଠିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ସାରା ଦେଶରେ ମଙ୍କିପକ୍ସ ରୋଗ ଧୀରେ ଧୀରେ ବ୍ୟାପୁଥିଲା ବେଳେ ଭାରତରେ ଯେପରି ଏହି ରୋଗ ନବ୍ୟାପୁ ,ସେନେଇ କେନ୍ଦ୍ର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖିଛନ୍ତି । ଏହାସହିତ ସେହି ଚିଠିରେ ବିଭିନ୍ନ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି ।

ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି ଯେ, ଚଳିତ ବର୍ଷ ପ୍ରାୟ ୫୦ ଦେଶରୁ ୧ ଜାନୁଆରୀଠାରୁ ୨୨ ଜୁନ୍‌ ପର୍ଯ୍ୟନ୍ତ ୩ ହଜାର ୪୧୩ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୟୁରୋପୀୟ ଦେଶଗୁଡିକରେ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଧୀରେ ଧୀରେ ଏହି ଜୀବାଣୁ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି । ତେଣୁ ମଙ୍କିପକ୍ସ ଜୀବାଣୁ ସଂକ୍ରମଣକୁ ଧ୍ୟାନରେ ରଖି ଆମେ ସତର୍କ ରହିବା ଉଚିତ ।

ମଙ୍କିପକ୍ସ କ’ଣ?
ଏହି ରୋଗ ବଣୁଆ ମାଙ୍କଡ଼ଙ୍କ ଶରୀରରେ ଦେଖାଯାଏ । ଲୋକମାନେ ବଣୁଆ ମାଙ୍କଡ଼, ସିମ୍ପାଞ୍ଜି, ଗୁଣ୍ଡୁଚି ମୂଷା ଆଦି ପ୍ରାଣୀଙ୍କ ସଂସ୍ପର୍ଶରେ ଆସିଲେ ଏହି ମଙ୍କିପକ୍ସ ଭୂତାଣୁ ମଣିଷଙ୍କଠାରେ ବ୍ୟାପେ । ଅନ୍ୟପକ୍ଷରେ, କେତେକ ଲୋକ ବଣୁଆ ପ୍ରାଣୀଙ୍କ ଚର୍ମରେ ପ୍ରସ୍ତୁତି ସାମଗ୍ରୀ ବ୍ୟବହାର ଓ ମାଂସ ଖାଉଥିବାରୁ ଏହି ରୋଗ ବ୍ୟାପିଥାଏ ।

ମଙ୍କିପକ୍ସ ଭୂତାଣୁର ଲକ୍ଷଣ
* ମଙ୍କିପକ୍ସ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ୱର ହୋଇଥାଏ ।

* ଦେହମୁଣ୍ଡ ଓ ଅଣ୍ଟା ବିନ୍ଧେ ଓ ଶରୀର ଘୋଳାବିନ୍ଧା ହୁଏ ।

* ଦେହରେ ମିଳିମିଳା କିମ୍ବା କାଛୁ ଭଳି ଛୋଟ ଛୋଟ ଫଳି ଯାଏ ଓ କୁଣ୍ଡାଇ ହୁଏ । ପରେ ଦେହରେ ଫୋଟକା ଦେଖାଯାଏ ।

* ଫୋଟକାରେ ପୁଜ ବାହାରେ ।

* ରୋଗୀଙ୍କୁ କମ୍ପ ଆସେ ।

* ତଣ୍ଟି ଦରଜ ହେବା ସହ ରୋଗୀ ଅତି କ୍ଲାନ୍ତ ଅନୁଭବ କରେ ।

* ୬ରୁ ୧୩ ଦିନ ଯାଏ ଏହାର କୋପ ରହେ, କିଛି ରୋଗୀଙ୍କ କ୍ଷେତ୍ରରେ ୫ରୁ ୨୧ ଦିନ ଯାଏ ରୁହେ ।

* ସଧାରଣଭାବେ କହିଲେ ମଙ୍କିପକ୍ସ ମାରାତ୍ମକ ନୁହେଁ । ଯଦି ଏହାର ଉପଯୁକ୍ତ ଚିକିତ୍ସା ନକରାଯାଏ, ତାହା ଘାତକ ହୋଇପାରେ ।

Govt

Comments are closed.