ଉଦ୍ଧାର ହୋଇଥିବା ଟଙ୍କା ମୋର ନୁହେଁ, ମୋ ଅନୁପସ୍ଥିତିରେ ମୋ ଘରେ ଟଙ୍କା ରଖାଯାଛି: ଜେରା ବେଳେ ଏମିତି କହିଲେ ଅର୍ପିତା ମୁଖାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଜି ଇଡି ପ୍ରଶ୍ନ ବାଣର ସାମ୍ନା କରିଛନ୍ତି । ଘରୁ ଉଦ୍ଧାର ହୋଇଥିବା ଟଙ୍କା କେଉଁଠୁ ଆସିଲା ଓ କେମିତି ଆସିଲା, ସେସବୁର ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଏହାର ଉତ୍ତରରେ ଅର୍ପିତା ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି, ଘରୁ ମିଳିଥିବା ଟଙ୍କାଗୁଡ଼ିକ ମୋର ନୁହେଁ କି ମୁଁ ଉପସ୍ଥିତ ଥିବା ସମୟରେ ଏହା ମୋର ଘରେ ରଖାଯାଇ ନାହିଁ ।

ଏବେ ସୁଦ୍ଧା ପାର୍ଥ ଓ ଅର୍ପିତାଙ୍କ ବିଭିନ୍ନ ଫ୍ଲାଟ୍‌ରୁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇସାରିଛି । ଆଉ ଏବେ ପାର୍ଥ-ଅର୍ପିତାଙ୍କ ୧୧ଟି ବ୍ୟାଙ୍କ ଆକାଉଣ୍ଟ ଇଡି ହାତରେ ଲାଗିଛି । ଯେଉଁଥିରେ ୩ଟି ଆକାଉଣ୍ଟ ପାର୍ଥଙ୍କର ଥିଲା ବେଳେ, ୮ଟି ଅର୍ପିତାଙ୍କର ରହିଛି । ଏହି ଆକାଉଣ୍ଟଗୁଡ଼ିକରେ ପ୍ରାୟ ୮ କୋଟି ଟଙ୍କା ରହିଥିବା ବେଳେ ସେଥିରୁ ୨.୫ କୋଟି ଟଙ୍କାକୁ ଅଚଳ କରିଦିଆଯାଇଛି । ଇଡିର କହିବା ଅନୁସାରେ ପାର୍ଥଙ୍କର ୫ଟି ଆକାଉଣ୍ଟ ରହିଛି ଓ ସେଥିରୁ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଏବଂ ଗୋଟିଏ ଘରୋଇ ବ୍ୟାଙ୍କରେ ରହିଛି ।

Govt

Comments are closed.