ମୌସୁମୀ ଅଧିବେଶନରେ ମୋଦିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଜୁଲାଇ ୧୮: ଆଜି ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନେkା ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ@ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ସେପଟେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଯେତେ ପାରି ସେତେ ଅଧିକ ଫଳପ୍ରସୂ କରିବା ଲାଗି ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନଙ୍କୁ ଅନୁରୋଧ କରିଛନ୍ତି । ସଂସଦ ପରିସରରେ ପହଞ୍ଚି ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମସ୍ତଙ୍କ ପ୍ରୟାସ ବଳରେ ସଂସଦ କାର୍ଯ୍ୟ କରେ ଏବଂ ସର୍ବୋତ୍ତମ ନିଷ୍ପତ୍ତି ଗ୍ରହଣ କରୁଥିବାରୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରୁଛି ସେମାନେ ଏହି ଅଧିବେଶନର ପୂର୍ଣ୍ଣ ସଦୁପଯୋଗ କର;ୁ । ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ ଥିବାରୁ ସଂସଦର ଏହି ଅଧିବେଶନ ବେଶ୍‌ ଗୁରୁତ୍ୱ ବହନ କରୁଥିବା କଥା ସେ କହିଛନ୍ତି । ମନରେ ଦ୍ୱିଧା ନ ରଖି ସଂସଦରେ ବିତର୍କ ଓ ଆଲୋନା ହେବା ଉଚିତ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

Govt

Comments are closed.