ଭୁବନେଶ୍ୱର : ରାଜଧାନୀରେ ତିଆରି ହେବ ଆଦର୍ଶ ଗୋ’ଶାଳା । ୪୦ କୋଟି ଟଙ୍କା ବ୍ୟୟରେ ଏହା ତିଆରି କରାଯିବ । ରାଜଧାନୀ ରାଜରାସ୍ତାରେ ବୁଲୁଥିବା ଗୋରୁଙ୍କୁ ସେଠାରେ ରଖାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ କହିଛନ୍ତି,ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋ’ଶାଳା ହେଉଛି। ଏଥିନିମନ୍ତେ ଜମି ଚିହ୍ନଟ ହୋଇସାରିଛି। ଖୁବଶୀଘ୍ର ଗୋ’ଶାଳାର ଶିଳାନ୍ୟାସ କରାଯିବ । ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ ପ୍ରଡକ୍ଟ ବାହାର କରାଯିବ।

Comments are closed.