ଭୁବନେଶ୍ୱର : ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଙ୍କ ବେଆଇନ ଅର୍ଥ କାରବାର ସମ୍ପର୍କିତ ତଥ୍ୟ ହାସଲ ପାଇଁ ସେଣ୍ଟ୍ରାଲ ଫୋରେନସିକ୍ ଲାବ୍ରେ ଯାଞ୍ଚ ହେବ ତାଙ୍କ ମୋବାଇଲ I ଏହି ମାମଲାରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ସମପରିମାଣରେ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ଉଭୟଙ୍କ ଫୋନ ଯିବ ଟେଷ୍ଟ ହେବା ପାଇଁ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ୩ଟି ମୋବାଇଲ୍ ଫୋନକୁ ଯାଞ୍ଚ ପାଇଁ କୋଲକାତା ସ୍ଥିତ CFSL ପଠାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସିବିଆଇ କୋର୍ଟ-୧ । ଭୁବନେଶ୍ୱର SFSLରୁ ଏହି ଫୋନକୁ ଖଣ୍ଡଗିରି ଥାନା ଅଧିକାରୀ ତଥା ତଦନ୍ତକାରୀ ଅଧିକାରୀ ଦୟାନିଧି ନାୟକ ଆଣି CFSL ପଠାଇବେ । SDJM ଭୁବନେଶ୍ୱରଙ୍କ ମାଧ୍ୟମରେ କୋଲକତା CFSLକୁ ପଠାଯିବ । ଅର୍ଚ୍ଚନାଙ୍କ ଓପୋ, ସାମସଙ୍ଗ ଫୋଲଡେଡ୍ ଫୋନ୍ ଓ ଜଗବନ୍ଧୁଙ୍କ apple iphone ରହିଛି । ଏହାବାଦ ତାଙ୍କ ଠାରୁ ଜବତ ହୋଇଥିବା ଲାପଟୋପ ଓ ପେନ ଡ୍ରାଇଭ କୁ ମଧ୍ୟ ଯାଞ୍ଚ କରାଯିବ I ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିବା ଅନୁମାନ କରାଯାଉଛି ।
ଗିରଫ ପରେ ନାଗ-ଚାନ୍ଦ ଦମ୍ପତିଙ୍କ ମୋବାଇଲ୍ ଫୋନ୍ ଜବତ କରିଥିଲା ପୋଲିସ । ସେଥିରେ କଣ ତଥ୍ୟ ରହିଛି ଜାଣିବା ପାଇଁ ପୋଲିସ ଷ୍ଟେଟ୍ ଫୋରେନସିକ୍ ଲାବରୋଟୋରୀକୁ ପଠାଇଥିଲା । ମାମଲାର ତଦନ୍ତ ଭାର ଇଡି ନେବା ପରେ ମୋବାଇଲ୍ରୁ ତଥ୍ୟ ଆବଶ୍ୟକ ହୋଇଥିଲା । ଏନେଇ ଇଡି SFSLକୁ ମାଗିଥିଲା ତଥ୍ୟ । କିନ୍ତୁ SFSL ଅଧିକାରୀ କହିଥିଲେ, ଅର୍ଚ୍ଚନା ତଥ୍ୟ ଡିଲିଟ୍ ହୋଇଥିବା କରି ଦେଇଥିଲେ । ଯାହାକୁ ରିଟ୍ରାଇଭ୍ କରିବା କଷ୍ଟ । ଏହାପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କର ମୋବାଇଲ୍ ଫୋନକୁ CFSLକୁ ପଠାଇବା ପାଇଁ ଗତ ଜାନୁଆରୀରେ ଅନୁରୋଧ କରିଥିଲା ଇଡି ।
Comments are closed.