ରାଜସ୍ଥାନ: ନଭେମ୍ବର ୨୯: ଆଜିକାଲିର ଯୁବପିଢ଼ିଙ୍କ ମୋବାଇ ନିଶା ଧୀରେ ଧୀରେ ବଢ଼ିଚାଲିଛି । ଏହିପରିକି ପିଲାମାନେ ଖାଇବା ଓ ରାତିରେ ଶୋଇବା ଭୁଲି ଯାଉଛନ୍ତି । ସେହିପରି ନିଶା ରାଜସ୍ଥାନର ଚୁରୁ ଜିଲ୍ଲାର ଜଣେ ୨୦ ବର୍ଷୀୟ ଯୁବକଙ୍କର ରହିଥିଲା । ମୋବାଇଲ ନିଶା ଯୋଗୁଁ ସେ ଆଜି ଜଣେ ମାନସିକ ରୋଗୀ ପାଲଟି ଯାଇଛନ୍ତି । ଯବୁକଙ୍କ ନାମ ସାହବା କସବେର । ଏବେ ଉକ୍ତ ଯୁବକ ଜଣକ ନା ନିଜ ପରିବାରଲୋକଙ୍କୁ ଚିହ୍ନପାରୁଛନ୍ତି ନା କିଛି କହି ପାରୁଛନ୍ତି ।

ସାହାବାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ, ଗତ ଏକ ମାସ ହେବ ସାହାବା କାମ ଛାଡ଼ି ମୋବାଇଲରେ ଲାଗିପଡ଼ିଛନ୍ତି । ଏହିପରିକି ସେ ପାଞ୍ଚଦିନ ହେବ ଶୋଇ ନାହାନ୍ତି । ସ୍ୱାସ୍ଥ୍ୟ ଅଧିକ ଖରାପ ହେବାପରେ ପରିବାରଲୋକ ରାଜକୀୟ ଭରତିଆ ହସ୍ପିଟାଲର ଜରୁରୀକାଳିନ ୱାର୍ଡରେ ଭର୍ତ୍ତି କରିଥିଲେ । ଏବେ ସେଠାରେ ଡାକ୍ତର ଯୁବକଙ୍କ ଚିକିତ୍ସା କରୁଛନ୍ତି ।
ଯୁବକଙ୍କ ଦାଦା ଅରବାଜ କହିଛନ୍ତି , ସାହବା ଅକରମ ଗ୍ରାମରେ ରହି ବିଜୁଳି ମଟର ୱାଇଡିଂ କାମ କରୁଥିଲେ । ଗତ ଏକ ମାସ ହେବ ସେ ସବୁବେଳେ ମୋବାଇଲକୁ ଧରି ବସି ରହୁଥିଲେ । ଧୀରେଧୀରେ ସମସ୍ତଙ୍କ ସହ କଥା ହେବା ବନ୍ଦ କରିଦେଲେ । ଏହିପରିକି ସାଙ୍ଗସାଥୀଙ୍କ ସହ ବୁଲାବୁଲି ଓ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ପରେ ପରେ ସେ ଆଉ କାମକୁ ବି ଗଲେନାହିଁ । ପରିବାର ଲୋକ ସାହବାଙ୍କଠାରୁ ମୋବାଇଲ ଦୂରେଇ ରଖିବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରିନଥିଲେ ।
ଅକରମଙ୍କ ମାଆଙ୍କ କହିବାନୁସାରେ, ପୁଅ ଖାଇବା ବି ଛାଡ଼ି ଦେଇଥିଲା । ଖାଇବାକୁ ଦେଲେ ସେ ଫୋପାଡ଼ି ଦେଉଥିଲା ଏବଂ ଅଜବ ବ୍ୟବହାର କରୁଥିଲା ।

Comments are closed.