କଟକ: ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ମୋ ବସ୍ ରେ ଶନିବାର ଅପରାହ୍ନରେ ଅଚାନକ ନିଆଁ ଲାଗିଥିଲା। ନିଆଁ ଲାଗିବାରୁ ସୃଷ୍ଟି ହୋଇଥିଲା ଉତ୍ତେଜନା। ଗେଟ ଲକ୍ ପଡିଯିବାରୁ ଯେତେ ଚେଷ୍ଟା କଲେ ମଧ୍ୟ ଖୋଲି ନଥିଲା। ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସ ହୋଇ ଜୀବନ ବଞ୍ଚାଇବା ପାଇଁ ଝରକା ବାହାରି ଥିଲେ। ତେବେ ଯାତ୍ରୀଙ୍କ ଉପସ୍ଥିତ ବୁଦ୍ଧିରୁ ବଡ ଅଘଟଣରୁ ରକ୍ଷା ପାଇଥିବା ଚର୍ଚ୍ଚା ହେଉଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।
ସୂଚନା ମୁତାବକ, ଓଡି-୩୩ ୟୁ ୬୫୨୪ ନମ୍ବର ବିଶିଷ୍ଟ ମୋ ବସ୍ ଟି ଚୌଦ୍ୱାର ଥାନା ଅଧୀନ ଆଗ୍ରାହାଟରୁ ବାହାରି ଚୁଡାଖିଆ, କଳିଙ୍ଗ ଛକ ଓ ଗନ୍ଧିଛକରୁ ୩୫ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ କଟକ ଅଭିମୁଖେ ଯାଉଥିଲା। ବିରୂପା ନଦୀ ଅତିକ୍ରମ ପରେ ହଠାତ ଗାଡିରେ ପ୍ରଚଣ୍ଡ ଶବ୍ଦ ସହ ଧୂଆଁ ବାହାରି ଥିଲା। ଯାତ୍ରୀମାନେ ଚିତ୍କାର କରିବାରୁ ଡ଼୍ରାଇଭର ଗାଡ଼ିକୁ ଅଟକାଇ ଥିଲା। ଯାତ୍ରୀ ମାନେ ଜୀବନ ବଞ୍ଚାଇବା ପାଇଁ ଗେଟ ବାଟରେ ବାହାରିବା ପୁର୍ବରୁ ଗେଟଟି ସେନ୍ସର ଲକ୍ ହୋଇଯାଇଥିଲା । ଯାତ୍ରୀ କୌଣସି ଉପାୟ ନ ପାଇ ଝରକା ବାଟେ ବାହାରି ଯାଇଥିଲେ।
ଅନ୍ୟପଟେ ଦୀର୍ଘ ଦିନ ହେବ ମୋ ବସ୍ ଗୁଡିକ ମରାମତି ନହେବ କାରଣରୁଏଭଳି ଅଘଟଣ ଘଟିଥାଇ ପାରେ ବୋଲି ବସ ଡ୍ରାଇଭର କହିଛନ୍ତି।

Comments are closed.