ଚଣ୍ଡୀଗଡ଼ ପରେ ଚର୍ଚ୍ଚାରେ ବମ୍ବେ ଏମ୍‌ଏମ୍‌ଏସ୍‌ କାଣ୍ଡ, ଛାତ୍ରୀଙ୍କ ବାଥ୍‌ରୁମ ଫଟୋ ଉଠାଇ ଜଣେ ଗିରଫ

ମୁମ୍ବାଇ : ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ୍‌ କାଣ୍ଡକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଥିବା ବେଳେ ବମ୍ବେ ଆଇଆଇଟିରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜଣେ କ୍ୟାଣ୍ଟିନ କର୍ମଚାରୀ ଛାତ୍ରୀ ହଷ୍ଟେଲର ବାଥରୁମ ଭିତରକୁ ଗୋପନରେ ଦେଖିବା ଓ ଭିଡିଓ ରେକର୍ଡିଂ କରିବା ଅଭିଯୋଗ ଆସିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଉକ୍ତ ବ୍ୟକ୍ତି ହଷ୍ଟେଲ ବାଥରୁମ କାନ୍ଥରେ ଲାଗିଥିବା ଏକ ପାଇପ ମାଧ୍ୟମରେ ଉପରକୁ ଚଢି ବାଥରୁମ ଭିତରକୁ ଗୋପନରେ ଦେଖୁଥିଲା ଓ ଭିଡିଓ ରେକର୍ଡ କରୁଥିବା ଅଭିଯୋଗ ହୋଇଛି । ପେଷ୍ଟ କଣ୍ଟ୍ରୋଲ ଓ ଆଉ କେତେକ କାମ ପାଇଁ ହଷ୍ଟେଲର କ୍ୟାଣ୍ଟିନ ଗତ କିଛି ଦିନ ହେଲା ବନ୍ଦ ରହିଛି ।
ମାତ୍ର କ୍ୟାଣ୍ଟିନର କର୍ମଚାରୀମାନେ କ୍ୟାମ୍ପସ ପରିସରରେ ରହୁଛନ୍ତି । ଏହାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ହଷ୍ଟେଲରେ ଏସବୁ କାଣ୍ଡ ଘଟାଇଥିବା ମନେକରାଯାଉଛି । ଛାତ୍ରୀ ଓ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ପୁଲିସ ଆଇପିସିର ୩୫୪ସି ଅନୁସାରେ ଏକ ମାମଲା ରୁଜ୍ଜୁ କରି ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ।

ଅନ୍ୟପକ୍ଷରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଘଟଣା ପରେ ଛାତ୍ରୀ ହଷ୍ଟେଲଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି । ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଘଟଣାକୁ ନେଇ ଚଣ୍ଡିଗଡ଼ରେ ପ୍ରବଳ ବିକ୍ଷୋଭ ଜାରି ରହିଥିବାବେଳେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ କେବଳ ନିଜର ଏକ ଏମଏମଏସ ସୁଟିଂ କରିଥିଲା ।

Govt

Comments are closed.