ମୁମ୍ବାଇ: ଜୁଲାଇ ୦୪: ଗତକାଲି ଆୟୋଜିତ ହେଇଥିଲା ଫେମିନା ମିସ୍ ଇଣ୍ଡିଆ ୱାର୍ଲï ୨୦୨୨ । ଏହି ଅବସରରେ ବଲିଉଡର ଅନେକ ସେଲିବ୍ରିଟି ସେଠାରେ ଉପସ୍ଥିତ ଥିଲେ । ଶେଷରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା । କର୍ଣ୍ଣାଟକର ସିନି ଶେଟ୍ଟୀ ମିସ୍ ଇଣ୍ଡିଆ ୱାର୍ଲï ୨୦୨୨ର ମୁକୁଟ ପିନ୍ଧିଥିଲେ । ଏହି କାର୍ଯ୍ୟକ୍ରମ ଗତ କାଲି ମୁମ୍ବାଇର ଜିଓ ୱାର୍ଲï କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ରୁବାଲ ଶେଖାୱତ ଏବଂ ଶିନାତା ଚୌହାନଙ୍କୁ କଡା ଟMର ଦେଇଥିଲେ ସିନି । ରାଜସ୍ଥାନର ରୁବାଲ ଶେଖାୱତ ପ୍ରଥମ ରନର୍ସଅପ୍ ହୋଇଥିବାବେଳେ ଉତ୍ତରପ୍ରଦେଶର ଶିନାତା ଚୌହାନ ଦ୍ୱିତୀୟ ରନର୍ ଅପ୍ ଆଖ୍ୟା ପାଇଛନ୍ତି । ମାତ୍ର ୨୧ ବର୍ଷ ବୟସରେ ସିନି ମିସ୍ ଇଣ୍ଡିଆ ୱାର୍ଲï ୨୦୨୨ର ଟାଇଟଲ୍ ଜିତିଛନ୍ତି । ସିନି ଜଣେ ଭାରତନାଟ୍ୟମ୍ ନୃତ୍ୟଶିଳ୍ପୀ । ସେ ଆକାଉଣ୍ଟସ୍ ଏବଂ ଫାଇନାନ୍ସରେ ସ୍ନାତକ ହାସଲ କରିଛନ୍ତି । ମିସ୍ ଇଣ୍ଡିଆ ୱାର୍ଲï ୨୦୨୨ରେ ଜଜ୍ ଭାବରେ ନେହା ଧୁପିଆ, ମଲାଇକା ଆରୋରା, ଡିନୋ ମୋରିଆ, ଶମାକ ଡାବର ଉପସ୍ଥିତ ଥିଲେ । ଏହା ସହ ବଲିଉଡ ଅଭିନେତ୍ରୀ କ୍ରିତି ସାନନ ନିଜର ସୁନ୍ଦର ନୃତ୍ୟ ପରିବେଷଣ କରି ସମସ୍ତଙ୍କ ହୃଦୟ ଜିତିଥିଲେ ।

Comments are closed.