ଆଜି ଅବସର ନେବ ପରାକ୍ରମୀ ମିଗ୍-୨୧

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଁ ଏକ ଯୁଗର ଅନ୍ତ ହେବାକୁ ଯାଉଛି । ଆକାଶରେ ଆଉ ଗର୍ଜିବ ନାହିଁ ପରାକ୍ରମୀ ମିଗ୍-୨୧ । ଆଜି ଆନୁଷ୍ଠାନିକ ଭାବରେ ଏହା ଅବସର ଗ୍ରହଣ କରିବ । ଦୀର୍ଘ ୬ ଦଶନ୍ଧିର ଗୌରବମୟ ସେବା ପରେ, ଏହି ବିମାନ ଆଜି ଚଣ୍ଡିଗଡ଼ ଏୟାରବେସରେ ଶେଷ ଉଡ଼ାଣ ଭରିବ । ମିଗ୍-୨୧ର ଭବ୍ୟ ବିଦାୟର ମୁହୂର୍ତ୍ତକୁ ଐତିହାସିକ କରିବା ପାଇଁ ବାୟୁସେନା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି । ଯେଉଁଥିରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ଅନିଲ ଚୌହାନଙ୍କ ସମେତ ଅନ୍ୟାନ୍ୟ ଉଚ୍ଚ ସାମରିକ ଅଧିକାରୀମାନେ ଯୋଗଦେବେ।

ଏହି ଅବସରରେ ଏକ ସ୍ୱତନ୍ତ୍ର ଯୁଦ୍ଧ ଅଭ୍ୟାସ ଆୟୋଜନ କରାଯାଇଛି। ଯେଉଁଥିରେ ପ୍ରଦର୍ଶିତ ହେବ ମିଗ୍-୨୧ର ଯୁଦ୍ଧ କ୍ଷମତା। ସୀମିତ ବୈଷୟିକ କୌଶଳ ସତ୍ତ୍ବେ କିଭଳି ମିଗ-୨୧ ଶତ୍ରୁର ଆଧୁନିକ ବିମାନକୁ ପରାସ୍ତ କରିଥିଲା ତାହାର ମଧ୍ୟ ଝଲକ ଦେଖିବାକୁ ମିଳିବ।

ଦୀର୍ଘବର୍ଷ ଧରି ଭାରତୀୟ ସେନାର ପରାକ୍ରମର ପ୍ରତୀକ ଥିଲା ମିଗ୍-୨୧ । ଏହି ଯୁଦ୍ଧ ବିମାନ ପାଇଁ ସେନା ସବୁବେଳେ ଶତ୍ରୁପକ୍ଷକୁ ମାତ୍ ଦେବାରରେ ସଫଳ ହୋଇଛି । ୧୯୬୫ ଭାରତ-ପାକିସ୍ତାନରୁ ଯୁଦ୍ଧରୁ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ ସବୁଠି ପରାକ୍ରମ ଦେଖାଇଛି ଏହି ବିମାନ । ଏବେ ଶେଷଥର ପାଇଁ ଉଡାଣ ଭରିବ ମିଗ୍-୨୧ । ଗତ ଅଗଷ୍ଟ ମାସରେ ରାଜସ୍ଥାନର ନାଲ୍ ବାୟୁସେନା ଏୟାରବେସରୁ ଦେଖିବାକୁ ମିଳିଥିଲା ଶେଷ ମିଗ୍ ୨୧ ଉଡ଼ାଣ । ଉଡାଣରେ ସାମିଲ ଥିଲେ ନିଜେ ବାୟୁସେନା ମୁଖ୍ୟ । ନିରନ୍ତର ସେବା ଯୋଗାଇଥିବା ଏହି ବିମାନ, ଭାରତୀୟ ବାୟୁସେନାର ଗର୍ବ ଓ ଗୌରବ ।

Launching Ceremony of “AYUSHMAN BHARAT

Comments are closed.