ଭୁବନେଶ୍ବରରେ ଗଡିବ ମେଟ୍ରୋ, 5T ସଚିବଙ୍କ ସହ ବରିଷ୍ଠ ଅଧିକାରୀଙ୍କ ଉଚ୍ଚସ୍ତରୀୟ ସର୍ଭେ

ଭୁବନେଶ୍ୱର : ଉତ୍କଳ ଦିବସରେ ରାଜ୍ୟବାସୀଙ୍କ ପାଇଁ ଖୁସି ଖବର I ରାଜଧାନୀରେ ଗଡିବ ମେଟ୍ରୋ ଟ୍ରେନ I ଏଥିପାଇଁ ଶନିବାର ଦିନ 5T ସଚିବଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ। ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା ରହିଛି ।

ମେଟ୍ରୋ ଟ୍ରେନ ଗଡ଼ିବା ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ, ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହି ଖବର ଜଣାପଡିବା ପରେ ରାଜ୍ୟବାସୀ ଏହାକୁ ସ୍ବାଗତ କରିଛନ୍ତି। ଏଥି ସହିତ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ବିବେଚନା କରାଯାଉଛି ।

ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ଟିମ୍ ଟ୍ରାଫିକ ବ୍ୟବସ୍ଥାଠୁ ଆରମ୍ଭ କରି ପାର୍କିଂ ଆଦି ଦିଗକୁ ଦୃଷ୍ଟିରେ ରଖି ସମୀକ୍ଷା କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ଆରମ୍ଭ କରି ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଛି ସମୀକ୍ଷା। ବିମାନ ବନ୍ଦର , ରେଲୱେ ଷ୍ଟେସନ ,ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ରେ କରାଯାଇଛି ସମୀକ୍ଷା। ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ‌ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ଆଶା ପ୍ରକାଶ ପାଇଛି।

ଏ ନେଇ ଅନୁଷ୍ଠିତ ସର୍ଭେ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ। କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.