ବନ୍ଦ ହୋଇନାହିଁ ମେଟ୍ରୋ ପ୍ରକଳ୍ପ – ମନ୍ତ୍ରୀ

ଭୁବନେଶ୍ୱର : ସାକାର ହେବ ରାଜ୍ୟବାସୀଙ୍କ ମେଟ୍ରୋ ପ୍ରକଳ୍ପ । ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି ପ୍ରକଳ୍ପ । କଟକ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ କରାଯାଇନାହିଁ । ଏନେଇ ଆଜି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ମେଟ୍ରୋ ପ୍ରକଳ୍ପ ପାଇଁ ଏକ ଆନ୍ତଃ ମନ୍ତ୍ରୀସ୍ତରିୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେବା ପରେ ସରକାର ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ନେବେ । ପ୍ରକଳ୍ପ ପାଇଁ ଏପର୍ଯ୍ୟନ୍ତ ମୋଟ ୨୭୭.୩୬କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ସେହି ଖର୍ଚ୍ଚ ମଧ୍ୟରୁ ୨୦୨୪ ଜୁନ୍‍ ୧୨ ପରେ ୨୫୩.୦୫କୋଟି ଟଙ୍କା ପ୍ରଦାନ କରାଯାଇଛି ।

Launching Ceremony of “AYUSHMAN BHARAT

Comments are closed.