କିଛି ଦିନ ତଳେ ଅଭିନେତ୍ରୀ ମୌନୀ ରୟ ବ୍ରାଉନ କଲର୍ର ମେଟାଲିକ୍ ଶାଢୀ ପିନ୍ଧିଥିବା ସ୍ପଟ୍ କରାଯାଇଥିଲା । ଏହା ତାଙ୍କର ଦେଶୀ ଲୁକ୍କୁ ଆହୁରି ବୋଲï କରିଥିଲା । ପୁଣି ଥରେ ଟ୍ରେଣ୍ଡ୍କୁ ଫେରିଛି ଏହି ମେଟାଲିକ୍ ଶାଢୀ ଫ୍ୟାଶନ । ପ୍ରାୟତଃ ସେଲିବ୍ରେଟିମାନେ ଏପ୍ରକାର ଶାଢୀ ପିନ୍ଧିଥିବା ନଜର ଆସୁଛନ୍ତି । ସେହିପରି ଆପଣ ମଧ୍ୟ ଶାଢ଼ୀରେ କିଛି ଟ୍ୱିଷ୍ଟ ଆଡ୍ କରି ନୂଆ ଫ୍ୟାଶନ ଷ୍ଟେଟମେଣ୍ଟ୍ କ୍ରିଏଟ କରିପାରିବେ ।
ଯଦି ଆପଣ ପାର୍ଟି କିମ୍ବା ଫଙ୍କସନ୍ରେ ଡ୍ରେସ୍ ବଦଳରେ ଶାଢୀ ପିନ୍ଧିବାକୁ ଚାହୁଁଛନ୍ତି ଏବଂ ଟ୍ରାଡିସନାଲ ଶାଢୀରୁ ବୋଲï ଲୁକ୍ କ୍ୟାରୀ କରିବାକୁ ଚାହୁଁଛନ୍ତି, ତାହେଲେ ମେଟାଲିକ୍ ଶାଢୀ ଆପଣଙ୍କ ପାଇଁ ପରଫେକଫ ରହିବ । ତେବେ ଏହି ମେଟାଲ ଶାଢୀ ସାଧାରଣ ଶାଢୀ ପରି ସିá କିମ୍ବା କଟନରେ ନିର୍ମିତ ହୋଇଥାଏ, କିନ୍ତୁ ଏହା ପଣତ ଷ୍ଟାଟିକ୍ ମେଟାଲ୍ର ହୋଇଥାଏ । ଏପରିକି ଆମ କେଶ ପରି ଏହା ପତଳା ହୋଇଥାଏ । ସେମିତି ପତଳା ମେଟାଲ୍କୁ ସିଲେଇ କରି ଫ୍ଲìଇଡ୍ ମେଟାଲିକ୍ ଶାଢୀ କିମ୍ବା ପଣତ ତିଆରି କରାଯାଇଥାଏ ।
କାଞ୍ଚି ବର୍ଡର ସିá ଗୋଲï ଶାଢୀ:

ଦକ୍ଷିଣ ଭାରତୀୟ ନାରୀଙ୍କ ପରି ଷ୍ଟାଇଲ୍ କରିବାକୁ ଚାହୁଁଥିଲେ ଏହି ଶାଢୀ ଚୟନ କରିପାରିବେ । ହେଲେ ଏଥିରୁ ଭିନ୍ନ ଲୁକ୍ ପାଇବାକୁ ଚାହୁଁଥିଲେ କାଞ୍ଚି ବର୍ଡର ଶାଢୀର ମେଟାଲିକ୍ ଭର୍ସନକୁ ବାଛନ୍ତୁ । ଦେଖିବେ ଆପଣ ସମସ୍ତଙ୍କୁ ଭିନ୍ନ ଦେଖାଯିବେ ।
ସିá ସିଫନ ମେଟାଲିକ୍:

ମାର୍କେଟରେ ଆଜିକାଲି ଏପ୍ରକାରର ମଧ୍ୟ ମେଟାଲିକ୍ ଶାଢୀ ଉପଲବ୍ଧ ରହିଛି । ସାଇନିଂ ଏବଂ ଗର୍ଜିୟସ୍ ଲୁକ୍ ପାଇବାକୁ ଚାହୁଁଥିଲେ କପର୍ ପିଙ୍କ୍ କଲରକୁ ଚୟନ କରନ୍ତୁ । ଦେଖିବେ ଆପଣଙ୍କୁ ଏହା ବହୁତ ଭଲ ମାନିବ ।
ସିá ମେଟାଲିକ୍ ଅର୍ଗାଞ୍ଜା ଶାଢୀ:

ଆଜିକାଲି ଅର୍ଗାଞ୍ଜାର ମେଟାଲିକ୍ ଭର୍ସନ ଶାଢୀ ମଧ୍ୟ ମିଳୁଛି । ଖାସ୍ କରି ନାଇଟ୍ ପାର୍ଟିରେ ଯୁବତୀମାନେ ଏପରି ଶାଢୀ ପିନ୍ଧିବାକୁ ପସନ୍ଦ କରନ୍ତି । ଏହାର ସୂକ୍ଷ୍ମ କାରୁକାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ ।
ସିଲଭର ମେଟାଲିକ୍ ଶାଢ଼ୀ:

ସିଲଭର୍ କଲର୍ର ମେଟାଲିକ୍ ଶାଢୀ ଯୁବତୀଙ୍କ ପ୍ରଥମ ପସନ୍ଦ । ଏହା ଅଧିକ ଆର୍ଟାକଫିଭ୍ ଲୁକ୍ ପ୍ରଦାନ କରିଥାଏ । ଏହାକୁ ପିନ୍ଧିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଆପଣଙ୍କ ମେକଅପ୍ ମିନିମାଲ୍ ରହିବ ।
ଥ୍ରୀଡି ମେଟାଲିକ୍ ଶାଢ଼ୀ:

ସାଟିନ, ଟୁଲେ ଏବଂ ଅର୍ଗାଞ୍ଜା ଫ୍ୟାବ୍ରିକ୍କୁ ମିଶାଇ ଏହି ଶାଢ଼ୀ ପ୍ରସ୍ତୁତ କରାଯାଇଥାଏ । ଶାଢୀର ବ୍ଲାଉଜ୍ ଏବଂ ପଣତରେ ଏମ୍ବ୍ରୋଡୋରୀ କାମ ହୋଇଥାଏ, ଯାହା ଥ୍ରୀଡି ପରି ଦୃଶ୍ୟମାନ ହୋଇଥାଏ । ଏହାର ଦାମ ଅଧିକ ହୋଇଥିଲେ ମଧ୍ୟ ଫ୍ୟାଶନ ଜଗତରେ ଏହାକୁ ବେଶି ପସନ୍ଦ କରାଯାଉଛି ।

Comments are closed.