ଭଦ୍ରକ : ଭଦ୍ରକ ଚରମ୍ପାରୁ ଅପହୃତ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କେନ୍ଦୁଝରରୁ ଉଦ୍ଧାର କରିଛି ପୋଲିସ । ଏହାସହ ଅପହରଣକାରୀ ଟ୍ରକ ଡ୍ରାଇଭରଙ୍କୁ କେନ୍ଦୁଝର ଝୁମ୍ପୁରରୁ ଧରି ଅଟକ ରଖାଯାଇଛି ।
ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ ଜାତୀୟ ରାଜପଥ ୧୬ର ଭଦ୍ରକ ଚରମ୍ପା ଫାଣ୍ଡି ନିକଟରେ ଏକ ଦୋକାନ ବାରଣ୍ଡାରୁ ମାନସିକ ବିକୃତ ମହିଳାଙ୍କୁ ଜୋର ଜବରଦସ୍ତ ଟେକି ନେଇଥିଲା ଟ୍ରକ୍ ଡ୍ରାଇଭର। ଯାହାର ଲୋମହର୍ଷଣକାରୀ ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା। ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଛାନଭିନ୍ ଆରମ୍ଭ କରିଥିବା ବେଳେ କେନ୍ଦୁଝର ଝୁମ୍ପୁରା ଅଞ୍ଚଳରେ ସଫଳତା ମିଳିଛି । ମହିଳା ଉଦ୍ଧାର ହୋଇଥିବା ବେଳେ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
