ଏହି ମନ୍ଦିରରେ ପୁରୁଷ ପ୍ରବେଶ କରିବା ମନା

ସମୟ ଲାଇଭ୍‍,୬/୧୧: ଭାରତ ଏକ ଧର୍ମନିରପେକ୍ଷଦେଶ ରୂପେ ସୁପରିଚିତ। ସମସ୍ତ ସଂପ୍ରଦାୟର ଲୋକ ବାସ କରୁଥିବା ବେଳେ ସବୁ ଧର୍ମର ଦେବାଦେବୀଙ୍କ ମନ୍ଦିରଏଠାରେ ଦେଖିବାକୁ ମିଳିଥାଏ। ଭାରତରେ ଏମିତି ବହୁତ ଧାର୍ମିକ ସ୍ଥାନ ରହିଛି ଯେଉଁଠି ମହିଳା ମାନଙ୍କ ପ୍ରବେଶ ନିଷେଧ୍ୟ ରହିଥାଏ, ହେଲେ ଆପଣମାନେ ଜାଣିଛନ୍ତି କି ଭାରତରେ ଏପରି ବହୁ ସ୍ତାନ ରହିଛି ଯେଉଁଠି କି ପୁରୁଷମାନଙ୍କୁ ପ୍ରବେଶ ନିଷେଧ ଅଟେ। ସେଠାରେ କେବଳ ନାରୀମାନେ ପୂଜାଅର୍ଚ୍ଚନା କରିବାର ନିୟମ ରହିଛି। ଆସନ୍ତୁ ଜାଣିବା କେଉଁ କେଉଁ ମନ୍ଦିରରେ ରହିଛି ଏପରି ବ୍ୟବସ୍ଥା।

ଆଟ୍ରଟୁକାଲ ଭଗବତି ମନ୍ଦିର-କେରଳ ରେ ରହିଛି ଏହି ଆଟ୍ରଟୁକାଲ ଭଗବତୀ ମନ୍ଦିର। ଏହି ମନ୍ଦିରରେ ପୁରୁଷ ମାନଙ୍କୁ ପ୍ରବେଶ ମନାଥାଏ।ଏଠାରେ ପୋଙ୍ଗଲ ପର୍ବ ବହୁ ଧୂମ୍‍ଧାମ୍‍ରେ ପାଳନ କରାଯାଇଥାଏ।ଏହି ପର୍ବରେ ୩୦ଲକ୍ଷ ମହିଳା ଯୋଗଦେଇ ଗିନିଜ ବୁକ ଆଁଫ୍‍ ୱାଲଡ଼ ରେକର୍ଡ଼ରେ ଏହି ମନ୍ଦିରର ନାମ ଦାଖଲ କରିଛନ୍ତି।


ବ୍ରହ୍ମା ମନ୍ଦିର-ପୁରାଣର ଗାଥାନୁଯାୟୀ, ପୁଷ୍କର ନଦୀ କୂଳରେ ଥରେ ଭଗବାନ ବ୍ରହ୍ମା ତାଙ୍କ ପତ୍ନୀ ମା ସରସ୍ୱତୀଙ୍କ ସାଙ୍ଗରେ ଏକ ଯଜ୍ଞ ଅନୁଷ୍ଠିତ କରିିଥିଲେ। ସେହି ଯଜ୍ଞରେ ମା ସରସ୍ୱତୀଙ୍କ ପହଞ୍ଚିବା ବିଳମ୍ବ ହୋଇଥିବାରୁ ବ୍ରହ୍ମା ମା ଗାୟତ୍ରୀଙ୍କୁ ବିବାହ କରି ଯଜ୍ଞ ପୂରା କରିଥିଲେ। ଫଳରେ ମା ସରସ୍ୱତୀ ଅଭିଶାପ ଦେଇ କହିିିଥିଲେ ଏହିି ମନ୍ଦିର କୌଣସି ବିବାହିତ ପୁରୁଷ ପ୍ରବେଶ କରିପାରିବେ ନାହିଁ। ଏହି ମନ୍ଦିର ୧୪ଶ ଖ୍ରୀଷ୍ଟବ୍ଦରେ ପ୍ରତିଷ୍ଠିତ ହୋଇଥିଲା। ଏହି ମନ୍ଦିରଟି ଗୁଜୁରାଟରେ ଅବସ୍ଥିତ।

ମା ଭଗବତୀ ମନ୍ଦିର-ଏହି ମନ୍ଦିରଟି କନ୍ୟାକୁମାରୀ ରେ ଅବସ୍ଥିତ।ଏଠାରେ ମା ଭଗବତୀ ଦୁର୍ଗାଙ୍କ କନ୍ୟାରୂପ ପୂଜାପାଇଥାଏ। ମା ଭଗବତୀଙ୍କୁ ସନ୍ନ୍ୟାସୀର ଦେବୀ ବୋଲି ମାନିଥାନ୍ତି। ସେଥିପାଇଁ ଏଠାରେ କେବଳ ନାରୀ ମାନଙ୍କୁ ପ୍ରବେଶ ରହିଛି।

Launching Ceremony of “AYUSHMAN BHARAT

Comments are closed.