ପୁରୀ: ମଇ ୦୫: ରଥ ପାଇଁ ବସୁଛି ପ୍ରଥମ ସମନ୍ୱୟ ବୈଠକ । ସାମିଲ ହେବେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ। କୋଭିଡ ସ୍ଥିତି ଅନୁସାରେ ଚଳିତବର୍ଷ ରଥଯାତ୍ରାରେ ଭକ୍ତ ସାମିଲ ହେବେ କି ନାହିଁ ସେ ନେଇ ହେବ ନିଷ୍ପତ୍ତି। ସେହିପରି ଆଜିର ବୈଠକରେ ରଥ ନିର୍ମାଣ ସାଙ୍ଗକୁ ରଥ ସାମଗ୍ରୀ, ସାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।ଅନ୍ୟପଟେ ଗତକାଲିଠୁ ବିଦ୍ଧିବଦ୍ଧ ଭାବେ ରଥ କାମ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି । ରଥଖଳାର ଚତୁପାର୍ଶକୁ ଧଳା କପଡ଼ା ଗୁଡାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି । ପ୍ରାଥମିକ ଭାବରେ ତିନିରଥ ପାଇଁ ୪୨ ଗୋଟି ଚକର ଆବଶ୍ୟକତା ଥିବା ବେଳେ ୪୨ ଗୋଟି ତୁମ୍ବର ନିର୍ମାଣ କାର୍ଯ୍ୟ ବିଶ୍ୱକର୍ମା ମହାରଣା ଓ କରତି ସେବାୟତଙ୍କ ଦ୍ୱାରା ଜାରି ରହିଛି ।

Comments are closed.