ଦୁଇ ଚକରେ ଅଟୋ ଚାଳନା

ଭାରତରେ ସିନେମା ଷ୍ଟାରଙ୍କର ବହୁତ ଫ୍ୟାନ ଆପଣ ପାଇବେ । ସେଥିରୁ ଏଭଳି କେତେକ ଫ୍ୟାନ୍‌ ଥାଆନ୍ତି ଯେଉଁମାନେ ଏହି ଷ୍ଟାରଙ୍କୁ ନିଜ ଜୀବନରେ ସବୁ କାର୍ଯ୍ୟପାଇଁ ପ୍ରେରଣା ବୋଲି ଧରିଥାଆନ୍ତି । ଷ୍ଟାରଙ୍କର କାର୍ଯ୍ୟକଳାପ ଏହି ଫ୍ୟାନଙ୍କର ଜୀବନଶୈଳୀ ଉପରେ ବେଶ୍‌ ପ୍ରଭାବ ପକାଇଥାଏ । ତେବେ ଆଜିକାଲି ଜଣେ ଅଟୋ ଚାଳକଙ୍କୁ ସାଉଥ୍‌ ସୁପର ଷ୍ଟାର ରଜନୀକାନ୍ତଙ୍କର ବଡ ଫ୍ୟାନ୍‌ ବୋଲି ଆଖ୍ୟା ମିଳିଛି । ଏହି ଅଟୋଚାଳକ ତିନୋଟି ଚକା ବଦଳରେ ଦୁଇଟି ଚକରେ ଅଟୋ ଚଳାଇ ଗିନିଜ୍‌ ରେକର୍ଡରେ ନିଜର ନାମକୁ ସାମିଲ କରିଛନ୍ତି । ୨୦୧୬ର ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅଟୋ ଚାଳକ ଜଗଦିଶ୍‌ ଏମ୍‌ ପ୍ରାୟ ଅଢେଇ କିମିର ରାସ୍ତା ଦୁଇଟି ଚକରେ ପାର କରିଛନ୍ତି । ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଜଗଦିଶଙ୍କୁ ଅନେକ କମେଣ୍ଟ ମିଳୁଛି, ହେଲେ ଅଧିକ ଲୋକ ତାଙ୍କୁ ରଜନୀକାନ୍ତଙ୍କର ଟ୍ରୁ ଫ୍ୟାନ୍‌ ବୋଲି ଆଖ୍ୟା ଦେଉଛନ୍ତି ।

Comments are closed.