ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଞ୍ଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ (୨୮) । ଗତ ୭ ବର୍ଷ ପୂର୍ବେ ତାଙ୍କ ଗୋଡ଼ ଦରଜ ହେବା ଆରମ୍ଭ ହେଲା । ବାରମ୍ବାର ଉକ୍ତ ଗୋଡର ଚିକିତ୍ସା କରାଇଥିଲେ ହେଁ ଦିନକୁ ଦିନ ଦରଜ କମିବା ପରିବର୍ତ୍ତେ ବଢ଼ି ବାକୁ ଲାଗିଲା । ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର ମଧ୍ୟ କରାଇଥିଲେ । କି;ୁ କିଛି କାମ ଦେଲାନି ।

ଅସ୍ତ୍ରୋପଚାର ପରେ ମଧ୍ୟ ଅଧିକ ଦରଜ ବଢ଼ିବାରୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ଧାର କରଜ କରି ୧୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଖର୍ଚ୍ଚ କଲେଣି । ହେଲେ ମିନାକ୍ଷୀଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ । ତାଙ୍କର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ତଥା ସେମାନେ ବୁଣାକାର ପରିବାର ହେବା କାରଣରୁ ଚିକିତ୍ସା ନିମନ୍ତେ ଅଧିକ ଅର୍ଥ ଆଉ ପାଖରେ ନାହିଁ । ମିନାକ୍ଷୀ ମଧ୍ୟ ବୁଣାକାମରେ କିଛି ସହଯୋଗ କରିପାରୁନଥିବା ହେତୁ ବୁଣାକାମ ମଧ୍ୟ ଆଉ ହୋଇପାରୁନାହିଁ ।

ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଅପରପକ୍ଷରେ, ତାଙ୍କ ପରିବାରର ରେସନ କାର୍ଡରେ ମିନାକ୍ଷୀଙ୍କର ନାମ ନଥିବା ହେତୁ ସିଧାସଳଖ ସେମାନେ ବିଜୁସା୍ୱସ୍ଥ୍ୟ କାର୍ଡରେ ମଧ୍ୟ କିଛି ସୁବିଧା ପାଇପାରୁନାହାନ୍ତି । ଏବେ ସବୁଠାରୁ ନିରାଶ ହୋଇ ଆସନ୍ତା ୨୪ ତାରିଖ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସା ପାଇଁ ତାଙ୍କର ସମୟ ଧାର୍ଯ୍ୟ ହୋଇଛି । କିନ୍ତୁ ପାଖରେ ଅର୍ଥ ଅଭାବ ଥିବାରୁ ସେ ନିଜକୁ ଅତି ଅସୁରକ୍ଷିତ ମଣି ଶେଷରେ ସୁବର୍ଣ୍ଣପୁରର ବୁଢ଼ାରଜା ସେ୍ୱଚ୍ଛାସେବୀ ଅନୁଷ୍ଠାନକୁ ସହାୟତା ପାଇଁ ଜଣାଇଥିଲେ । ବୁଢ଼ାରଜା ଯୁବ ସମାଜସେବୀ ସଙ୍ଗଠନର ୩ ଜଣିଆ ଟିମ୍‌ ତାଙ୍କ ଗ୍ରାମକୁ ଯାଇ ଆଲୋଚନା କରି ପ୍ରଥମତଃ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଆମ୍ବୁଲାନ୍‌ସ ଦ୍ୱାରା ମିନାକ୍ଷୀଙ୍କୁ ଭୁବନେଶ୍ୱର ଏମ୍‌ସକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଉଚ୍ଚ ଚିକିତ୍ସାରେ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଉକ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି । ବିଶେଷ କରି ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଙ୍କୁ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ଉପରେ ତାଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Govt

Comments are closed.