ମେଡ଼ିକାଲ୍‍ ଏଟିଏମ୍‍ ରେ କରିପାରିବେ ୫୮ ରୋଗର ପରୀକ୍ଷା ଓ ଚିକିତ୍ସା

ସମୟ ଲାଇଭ୍‍,୧୦/୧୦: ଦେଶରେ ଏଣିକି ମେଡ଼ିକାଲ୍‍ ଏଟିଏମ୍‍ ସୁବିଧା କରାଯିବ।ଏହି ଏଟିଏମ୍‍ ସାହାଯ୍ୟରେ ରୋଗୀ ୫୮ ପ୍ରକାରର ରୋଗ ଚିକିତ୍ସା ଓ ଅନ୍ୟାନ୍ୟ ପରୀକ୍ଷା କରାଇପାରିବେ। ଉନ୍ନତମାନର ସେବା ଯୋଗାଇବା ସହ ତତ୍‍କାଳୀନ ପରୀକ୍ଷା ରିପୋର୍ଟ ମଧ୍ୟ ରୋଗୀ ପାଇପାରିବେ। ଏହି ସ୍ୱୟଂଚାଳିତ ମେସିନ କୁ ଏଏଚ୍‍ଏମ୍‍ କିୟୋସ୍କୋ କୁହାଯାଉଛି। ଷ୍ଟାର୍ଟ ଅପ୍‍ କମ୍ପାନୀ ସଂସ୍କାରୀ ଟେକ୍‍ ସ୍ମାର୍ଟ ସଲ୍ୟୁସନ୍‍ ଦ୍ୱାରା ଏହି ମେସିନ୍‍ ବିକଶିତ କରାଯାଇଥିବା ସୂଚନା ମିଳିଛି। ସ୍ୱୟଂ ହେଲ୍‍ଥ ମନିଟରିଂ ପାଇଁ ଦେଶର ଏହା ସବୁଠାରୁ ଉନ୍ନତ ଉପକରଣ ହେବ ବୋଲି କମ୍ପାନୀ ଆଶା ରଖିଛି। ତେବେ କଂପ୍ୟୁଟର ଚାଳନା ଉପରେ ସାଧାରଣ ଜ୍ଞାନ ଥିବା ବ୍ୟକ୍ତି ହିଁ ଏହାକୁ ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି।

Launching Ceremony of “AYUSHMAN BHARAT

Comments are closed.