ଭତ୍ତା ବଣ୍ଟନରେ ଅନିୟମିତତା

ସମୟ ଲାଇଭ,୨୭/୩: କରୋନା ଭାଇରସର ମୁକାବିଲା ପାଇଁ ସରକାର ସାରା ଓଡିଶାରେ ଲାଗୁ କରିଛନ୍ତି ଲକଡାଉନ । ତେବେ ଏଥିପାଇଁ ସରକାର ଲୋକଙ୍କୁ ନିଜ ନିଜ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି | ତେବେ ଲୋକଙ୍କ ଘରେ କଣ୍ଟ୍ରୋଲ ସାମଗ୍ରୀ ଓ ଭତ୍ତା ପହଞ୍ଚାଇବେ ସରକାରୀ କର୍ମଚାରୀ ବୋଲି ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇବା ସହିତ ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ ସରକାର ତରଫରୁ କୁହାଯାଇଛି । ଏହାକୁ ମଧ୍ୟ ଲୋକମାନେ ମାନି କେହି ଘରୁ ବାହାରୁ ନାହାନ୍ତି । ତେବେ ଆଜି ରାସଗୋବିନ୍ଦପୁର ବ୍ଲକ ର ନଳଗଜା ପଞ୍ଚାୟତ ଅଫିସରେ ବିଇଓ ଓ ସରପଞ୍ଚ ଲୋକ ଙ୍କୁ ଡାକି ଭତ୍ତା ଦେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ। ଅନ୍ୟପଟେ ବଡାମପୁର ପଞ୍ଚାୟତ ରେ ବିଇଓ ଓ ସରପଞ୍ଚ ଗୋଟିଏ ସ୍କୁଲ ରେ ଲୋକ ଙ୍କୁ ଡାକି ଭତ୍ତା ଦେଉଥିବାର ଦେଖିବାକୁ ମିଳିଛି । ଯଦିଓ ନିୟମ ର କିଛି ପରିବର୍ତ୍ତନ ଆଣି ଭତ୍ତା ଦେବାର ବ୍ୟବସ୍ଥା ହୋଇଛି ସତ କିନ୍ତୁ ଭତ୍ତା ଦେବା ସ୍ଥାନରେ ସାମାଜିକ ଦୂରତ୍ୱ ନଥିବା ସହ ଭତ୍ତା ଦେବା ସ୍ଥାନ ରେ ହ୍ୟାଣ୍ଡ ଉଆସ ନଥିବା ରୁ ଲୋକମାନେ ଦୁଃଖ ପ୍ରକାଶ କରିଛନ୍ତି । ଭତ୍ତା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଛି । ତେବେ ଏ ନେଇ ରାସଗୋବିନ୍ଦପୁର ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହୋଇ ନପାରିବାରୁ ଫୋନ ଯୋଗେ ମତାମତ ନେଇଥିଲୁ । ବିଡ଼ିଓ ଡାକ୍ତର ଅରୁଣ କୁମାର ଖଣ୍ଡା କହିଥିଲେ ଘରେ ଘରେ ଦେବାର ବ୍ୟବସ୍ଥା ରହିଛି କିନ୍ତୁ ବାସ୍ତବରେ ତାହା ସମ୍ଭବ ନୁହେଁ କହିବା ସହିତ କହିଥିଲେ ଘରକୁ ଘର ଟଙ୍କା ନେବାରେ ବିପଦ ଅଛି ତେଣୁ ଏଭଳି ଦିଆଯାଇଛି । ତାହା ସହିତ ସାମାଜିକ ଦୂରତା ରଖାଯାଇ ଭତ୍ତା ଦିଆଯାଇଛି । ଅନ୍ୟ ପଞ୍ଚାୟତ ରେ ଘରେ ଘରେ ଭତ୍ତା ଦିଆଯାଉଥିବା କଥା କହିବାରୁ କହିଥିଲେ ଆସନ୍ତା କାଲି ସେ ନେଇ ପଦକ୍ଷେପ ନେବାକୁ ଧ୍ୟାନ ଦେବୁ । କିନ୍ତୁ ପ୍ରକୃତ ରେ ସାମାଜିକ ଦୂରତା କଣ ସମସ୍ତେ ଭିଡି ଭିଡି ରହି ଭତ୍ତା ନେଉଥିବା ଦେଖାଯାଇଛି । ତେବେ ସରକାରୀ କର୍ମଚାରୀ ହୋଇ ସରକାରଙ୍କ ଆଦେଶ କୁ ଅବମାନନା କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ? ସରକାରଙ୍କ ଆଦେଶ କୁ ଜନସାଧାରଣ ଅବମାନନା କରୁଥିଲେ ବିଭିନ୍ନ ଦଣ୍ଡ ରେ ଦଣ୍ଡିତ ହେବାର ନଜିର ରହିଥିବା ବେଳେ ଏଭଳି କାର୍ଯ୍ୟ ପାଇଁ ଭତ୍ତା ବଣ୍ଟନ ରେ ସରକାରଙ୍କ ନିୟମକୁ ବେଖାତିର କରିଥିବା କର୍ମଚାରୀଙ୍କ ପ୍ରତି କେଉଁ ପ୍ରକାରର କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା।

Launching Ceremony of “AYUSHMAN BHARAT

Comments are closed.