ଏଥର ଶିଘ୍ର ଆସିବ ମୌସିମୀ ବାୟୁ

ଭୁବନେଶ୍ୱର: ମଇ ୧୪: ଆସିଲା ପାଣିପାଗ ତଥ୍ୟ । ଏଥର ନିର୍ଧାରିତ ସମୟର ୫ ଦିନ ପୂର୍ବରୁ ଆସୁଛି ଦକ୍ଷିଣ-ପଶ୍ଚିମ ମେସୁମୀ ବାୟୁ । ଏ ସଂପର୍କରେ ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ମେ ୨୭ ତାରିଖ ସୁଦ୍ଧା କେରଳରେ ମେସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମïି ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍‌ ୧ରେ ଦକ୍ଷିଣ-ପଶ୍ଚିମ ମେସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତ ଥର ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଉତ୍ତର-ପଶ୍ଚିମ ଭାରତ ତାପମାତ୍ରା ଖୁବ୍‌ ଅଧିକ ଥିବା ବେଳେ ତାହା ମେସୁମୀ ବାୟୁକୁ ଟାଣିଥାଏ ଓ ଦେଶରେ ମେସୁମୀ ଶୀଘ୍ର ଆଗମନ ହୋଇଥାଏ । ଆଣ୍ଡାମାନ ଓ ନିକୋବରରେ ମଧ୍ୟ ମୌସୁମୀ ମେ ୨୦ ତାରିଖ ବଦଳରେ ମେ ୧୫ ସୁଦ୍ଧା ସକ୍ରିୟ ହୋଇଯିବ । ଗତ ୧୭ବର୍ଷ ହେଲା ଆଇଏମïି ପକ୍ଷରୁ ଭାରତରେ ମେସୁମୀ ଆଗମନ ନେଇ ପୂର୍ବାନୁମାନ ଜାରି ହୋଇଥାଏ । ଅପରପକ୍ଷେ ଓଡ଼ିଶାରେ ପୁଣି ପାରଦ ଉପରମୁହାଁ ହୋଇଛି । ରାଜ୍ୟର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି । ଏଥିସହ ୪୨.୫ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଆସନ୍ତା ୩ଦିନରେ ତାପମାତ୍ରା ଆହୁରି ୩/୪ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୧୫ରୁ ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବେଶାଖୀ ବର୍ଷାର ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

Govt

Comments are closed.