ମଉଳିଲା ସ୍କିମାଟିକ ଶିକ୍ଷକଙ୍କ ନିୟମିତ ହେବା ଆଶା,ୱେବସାଇଟ୍‌ରୁ ଡିଲିଟ ହେଲା ବିଜ୍ଞପ୍ତି

ଭୁବନେଶ୍ୱର : ସ୍କିମାଟିକ୍‌ ଶିକ୍ଷକଙ୍କୁ ଶକ୍ତ ଧକ୍କା । ସପ୍ତାହେ ମଧ୍ୟରେ ମଉଳିଯାଇଛି ଚାକିରି ନିୟମିତ ହେବାର ଆଶା । ରାଜ୍ୟରେ କାର୍ଯ୍ୟରତ ସ୍କିମାଟିକ ଶିକ୍ଷକ ମାନଙ୍କୁ ନିୟମିତ କରାଯିବ ବୋଲି ଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ମାଧ୍ୟମିକ ଶିକ୍ଷକଙ୍କ ପରି ନିୟମିତ ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରସ୍ତାବକୁ ମାତ୍ର ୨ ଦିନ ମଧ୍ୟରେ ଡିଲିଟ କରି ଦିଆଯାଇଛି । ଏନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶିତ ହୋଇ ନଥିଲେ ମଧ୍ୟ ଏହା କେବଳ ଏକ ପ୍ରସ୍ତାବ ମଧ୍ୟରେ ସୀମିତ ଥିଲା । ତେବେ ଏହି ପ୍ରସ୍ତାବ ଉପଯୁକ୍ତ ସ୍ତରରେ ପାରିତ ହୋଇ ନ ଥିବାରୁ ତାକୁ ପ୍ରତ୍ୟାହାର କରି ନେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଏବେ ଅନ୍ଧାରରେ ୧୬ ହଜାର ଶିକ୍ଷକଙ୍କ ଭବିଷ୍ୟତ ।

ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ ଓ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ପାଇଁ ଗତ ୨ ତାରିଖରେ ଏକ ଚିଠି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିଲା । ସେହି ଚିଠିରେ ସରକାରଙ୍କ ବିଚାର ଓ ଅନୁମୋଦନ ପାଇଁ ଅନେକ ପ୍ରସ୍ତାବ ରହିଥିଲା । ଏହା ଉପଯୁକ୍ତ ସ୍ତରରେ ଅନୁମୋଦିତ ହୋଇ ନଥିବାରୁ ଏହି ଚିଠିକୁ ପ୍ରତ୍ୟାହାର କରି ନିଆଯାଇଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ଏକ ଚିଠିରେ ବିଭାଗ ପକ୍ଷରୁ ଦର୍ଶାଯାଇଛି । ପରବର୍ତ୍ତୀ ଆଦେଶ ନ ଆସିବା ପର୍ଯ୍ୟନ୍ତ ଉକ୍ତ ଚିଠି ଅନୁସାରେ କୌଣସି ପଦକ୍ଷେପ ନେବାର ଆବଶ୍ୟକ ନଥିବା କୁହାଯାଇଛି ।

Launching Ceremony of “AYUSHMAN BHARAT

Comments are closed.