ଆସନ୍ତାକାଲି ସରିବ ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟା

କଟକ: ଜୁନ ୦୨: ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତାକାଲି ଶେଷ ହେବ ।ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକରଙ୍କ ଦ୍ୱାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍ଲୋଡ୍‌ ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ । ରାଜ୍ୟ ମଧ୍ୟରେ ସବଜେକଫିଭ୍‌ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବଜେକଫିଭ୍‌ ଖାତା ମୂଲ୍ୟାୟନ ଚାଲିଛି । ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ । ଜୁନ୍‌ ଶେଷ ସପ୍ତାହରେ ମାଟ୍ରିକ୍‌ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି । ସୂଚନା ଅନୁଯାୟୀ ଗତକାଲି ଅଧିକାଂଶ କେନ୍ଦ୍ରରେ ମୂଲ୍ୟାୟନ ସରିଥିବାବେଳେ ଆଜି ମଧ୍ୟ କିଛି କେନ୍ଦ୍ରରେ ଖାତା ମୂଲ୍ୟାୟନ ସରିଛି । ଅବଶିଷ୍ଟ କେନ୍ଦ୍ରରେ ଆସନ୍ତାକାଲି ମୂଲ୍ୟାୟନ ଶେଷହେବ । ତେବେ ଗଣିତ ସବଜେକଫିଭ ପେପରରେ ମୋଟ ୧୦ ନମ୍ବର ପ୍ରଶ୍ନ କଟିଯାଇଥିବା କୋର୍ସରୁ ଆସିଥିବା ବେଳେ ଅବଜେକଫିଭ୍‌ ପେପର ଗୋଟିଏ ପ୍ରଶ୍ନ ତ୍ରୁଟିପୂର୍ଣ୍ଣ ଥିଲା । ଏ ସଂକ୍ରାନ୍ତରେ କର୍ତ୍ତୃପକ୍ଷ ବିଚାର କରି ସବଜେକଫିଭ୍‌ ପେପରର ସ୍ଥାନାଙ୍କ ଜ୍ୟାମିତି ପ୍ରଶ୍ନ ଆଟେନ୍‌ କରିଥିବା ପରୀକ୍ଷାର୍ଥୀଙ୍କୁ ୪ନମ୍ବର ଗ୍ରେସ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Govt

Comments are closed.