ଭୁବନେଶ୍ୱର: ଏପ୍ରିଲ ଶେଷ ସପ୍ତାହରେ ଅର୍ଥାତ୍ ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ତେବେ ଏପ୍ରିଲ ୨୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । ମହାମାରୀର କରୋନା କମିବା ହେତୁ ଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ର୍ନିଦ୍ଧାରଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।
ଏଥର ମାଟ୍ରିକ୍ ପରୀକ୍ଷାଗୁଡ଼ିକ ପିଲା ପଢ଼ୁଥିବା ନିଜ ସ୍କୁଲରେ ଦେବେ । କି;ୁ, ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲର ଶିକ୍ଷକମାନେଙ୍କୁ ନିୟୋଜିତ କରାଯିବ । ଯେଉଁଠି ବିଦ୍ୟାଳୟରେ ଏହିପରି ସୁବିଧା ହୋିପାରିବ ନାହିଁ ସେଠାରେ ପାଖ ସ୍କୁଲରେ ପିଲାମାନେ ପରୀକ୍ଷା ଦେବେ ।
ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଲାଗି ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମ୍ମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ଛାତ୍ରଛାତ୍ରୀମାନଙ୍କ ଲାଗି ବାଧ୍ୟତାମୂଳକ ରହିଛି । ଯେଉଁ ପଦ୍ଧତିରେ ସର୍ବାଧିକ ମାର୍କ ରହିବ, ତାହା ଚୂଡ଼ାନ୍ତ ମାର୍କ ଭାବେ ଧରାଯିବ । ପ୍ରଥମ- ସମେଟିଭ-୧ ଓ ଇଣ୍ଟରନାଲ ଆସେସମେଣ୍ଟର ମାର୍କର ୨ ଗୁଣା, ଦ୍ୱିତୀୟ-ସମେଟିଭ ଆସେସମେଣ୍ଟ ୨ର ମାର୍କର ୨ ଗୁଣା । ତୃତୀୟ- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମେଟିଭ-୧ର ୩୦% ଓ ସମେଟିଭ-୨ର ୫୦% ମାର୍କକୁ ବିଚାରକୁ ନିଆଯିବ ।

Comments are closed.