ନୟାପଲ୍ଲୀ ଜମି ଜବରଦଖଲ ଘଟଣାର ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର : ବେଆଇନ ଭାବରେ ଜମି ଜବରଦଖଲ କରୁଥିବା ବାଉନସର ଗ୍ୟାଙ୍ଗର ମୁଖ୍ୟ ରାଘବ ଜେନା ଗିରଫ I ମାସେ ଧରି ପୋଲିସ ସହିତ ଲୁଚକାଳି ଖେଳିବା ପରେ ରାଘବ କୁ ଜଟଣୀ ଅଞ୍ଚଳରୁ ଗିରଫ କରାଯାଇଛି I ରାଘବ ସହ ତା’ର ଜଣେ ସହଯୋଗୀକୁ ଗିରଫ କରିଛି ନୟାପଲ୍ଲୀ ସ୍ପେଶାଲ ସ୍କ୍ୱାଡ଼ ପୋଲିସ I

ଘଟନାନୁସାରେ,ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଜମି ଦଖଲ ପାଇଁ ଭୁବନେଶ୍ୱର ନୟାପଲ୍ଲୀରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ରାଘବର ବାଉନସର ଗ୍ୟାଙ୍ଗର ସଦସ୍ୟ ମାନେ ସୁପାରୀ ନେଇ ସୁବାସ ଅଗ୍ରୱାଲ ଓ ପ୍ରଦୀପ ସାମଲ ନାମକ ଦୁଇ ବ୍ୟବସାୟୀଙ୍କ ଦୋକାନ ଭାଙ୍ଗିବା ସହ ଲୁଟପାଟ କରିଥିଲେ। ଜେସିବି ଲଗାଇ ସେମାନେ ଦୋକାନକୁ ମାଟିରେ ମିଶାଇ ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ୍‌ ବାଉନସର ଗ୍ୟାଙ୍ଗ ର ୧୫ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ। ଏହି ଘଟଣାରେ ରାଘବ ମାଷ୍ଟର ମାଇଣ୍ଡ ଥିଲା। ପୁଲିସକୁ ଚକମା ଦେଇ ଖସି ଯାଇଥିଲା।ତାପରଠୁ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲା ରାଘବ । ତାର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ଟ୍ରାକ୍‌ କରିବା ଅସମ୍ଭବ ଥିଲା । ରାଘବର ସମ୍ପର୍କୀୟ ଓ ସବୁ ସହଯୋଗୀଙ୍କ ମୋବାଇଲ୍‌କୁ ଟ୍ରାକ୍‌ରେ ପକାଇଥିଲା ପୋଲିସ ଟିମ୍‌ । ସେଥିରୁ ପୋଲିସକୁ ରାଘବ ଲୁଚିଥିବା ସ୍ଥାନର ସୂଚନା ମିଳିଥିଲା । ଏହାପରେ ସେଠାରେ ପହଞ୍ଚିଥିଲା ନୟାପଲ୍ଲୀ ଥାନା ପୋଲିସ ଓ ସ୍ପେଶାଲ୍‌ ସ୍କ୍ଵାଡ୍‌ । ପୋଲିସ କୁ ଦେଖି ବନ୍ଧୁକ ଦେଖାଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା ରାଘବ । ପରେ ପୁଲିସ ରାଘବଠାରୁ ବନ୍ଧୁକ ଜବତ କରିବା ସହ ଗିରଫ କରିଥିଲା।

Govt

Comments are closed.