ଭୂସ୍ଖଳନ ରୋକିବା ପାଇଁ ତିଆରି ହେବ ମାଷ୍ଟର ପ୍ଲାନ୍ – ମନ୍ତ୍ରୀ ସୁରେଶ ପୂଜାରୀ

0

ଭୁବନେଶ୍ଵର: ଭୂସ୍ଖଳନ ରୋକିବା ପାଇଁ ସରକାର ନେବେ ପଦକ୍ଷେପ । ଭୂସ୍ଖଳନ ରୋକିବା ପାଇଁ ସରକାର ତିଆରି କରିବେ ମାଷ୍ଟର ପ୍ଲାନ୍ । ଗଜପତି ଭୂସ୍ଖଳନ ପରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଭୂସ୍ଖଳନ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି ।”ଗଜପତି ଭଳି ରାଜ୍ୟର ପାହାଡ଼ ପର୍ବତ ଅଞ୍ଚଳରେ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଗୁଡ଼ିକୁ ଚିହ୍ନଟ କରାଯିବ । ପଥର ଖସି ଯେମିତି ଲୋକଙ୍କର ମୃତ୍ୟୁ ହେବ ନାହିଁ ସେ ନେଇ ଦୃଷ୍ଟି ଦିଆଯିବ” ।

ଏଥିସହ ବର୍ଷା ଯୋଗୁଁ ବୁଡ଼ି ଯାଉଥିବା ତଳିଆ ରାସ୍ତା ଗୁଡ଼ିକୁ ଠାବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲକାନଗିରି ଅଞ୍ଚଳରେ ଅଧିକ ତଳିଆ ରାସ୍ତା ଥିବାରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ରାସ୍ତା ଗୁଡ଼ିକୁ ଉଚ୍ଚ କରାଯିବ ।

ସେହିପରି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବାକୁ ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ମନ୍ତ୍ରୀ । ବିପର୍ଯ୍ୟୟ ମୁକାବିଲା ପାଇଁ ବିପର୍ଯ୍ୟୟ ଭବନ ନିର୍ମାଣ ହେବ । ଆସନ୍ତା ୨ ବର୍ଷ ମଧ୍ୟରେ ୨୦୦ କୋଟି ବ୍ୟୟରେ ନିର୍ମାଣ ହେବ ଭବନ । ବିପର୍ଯ୍ୟୟ ଆସିଲେ ସଂସ୍ଥା ଗୁଡିକ ପ୍ରଭାବିତ ହେବ । ଭୁବନେଶ୍ୱରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବାକୁ ପ୍ରସ୍ତୁତି ସରିଛି ।

ମଲ୍ଟି ଷ୍ଟୋର୍‌ଡ ଭୂତ୍ତଳ ବିଲ୍ଡିଂ ନିର୍ମାଣ କରାଯିବ । ଏସଆରସି, ଅଗ୍ନିଶମ, ପାଣିପାଗ ବିଭାଗ, ଅନ୍ୟ ସମସ୍ତ ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହିବେ । ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷାକରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ିହେବ ସେ ନେଇ ବ୍ୟବସ୍ଥା କରାଯିବ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ବିପର୍ଯ୍ୟୟ ମୁକାବିଲା ପାଇଁ ଆଧୁନିକ ଜ୍ଞାନକୌଶଳର ସାହାଯ୍ୟ ବି ମଗାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.